ଜାତୀୟ  ସମର ସ୍ମାରକୀ ଉଦଘାଟିତ, ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କ ପାଇଁ ସମର୍ପିତ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ଓ୍ବାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଂଚଳରେ ନିର୍ମିତ ଏହି ସ୍ମାରକୀ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ ।

ଏହି ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଏହି ସ୍ମାରକୀ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା  ପାଇଁ ଏପରି ସ୍ମାରକୀ ବହୁ ଆଗରୁ ନିର୍ମିତ ହେବାର ଥିଲା । କାରଣ ଗୋଟିଏ ପରିବାର ପାଇଁ ଦେଶର ସ୍ବାର୍ଥ ଅପେକ୍ଷା ପରିବାରର ସ୍ବାର୍ଥ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଆସିଥିଲା ।

ଭାରତୀୟ ସେନା ବିଶ୍ବର ସବୁଠାରୁ ଘାତକ ଓ ପେସାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର ସରକାର ଯବାନ ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯବାନମାନଙ୍କ ସୁରକ୍ଷା ପାଇଁ ସରକାର ୨ ଲକ୍ଷ ୩୦ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଖରିଦ କରିଛନ୍ତି । ସେହିପରି ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ମହିଳାମାନେ ସେନାରେ ପୁରୁଷମାନଙ୍କ ସହ ସମାନ ହୋଇପାରିବେ । ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଓ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ମୃତ ବା ଆହତ ହେଉଥିବା ଯବାନ ମାନଙ୍କ ପାଇଁ ପେନସନ ସୁବିଧା ଦିଆଯାଉଛି । ସେହିପରି ସେନା ପେନସନ ପରିମାଣକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର