ଜାତୀୟ ଜଳ ମିସନ ପୁରସ୍କାର ୨୦୧୯: ଓଡ଼ିଶାକୁ କୌଣସି ପୁରସ୍କାର ମିଳିଲାନି

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ଆଜି ପ୍ରଦାନ କରାଯାଇଥିବା ଜାତୀୟ ଜଳ ମିସନ ପୁରସ୍କାର ୨୦୧୯ରେ ଓଡ଼ିଶାକୁ କୌଣସି ପୁରସ୍କାର ମିଳିନାହିଁ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ବାରା ଦେଶରେ ଜଳ ସଂରକ୍ଷଣ, ଜଳର ସଦୁପଯୋଗ, ସଷ୍ଟେନେବଲ ଵାଟର ମ୍ୟାନେଜମେଣ୍ଟ ଭଳି ୫ଟି ବିଭିନ୍ନ କ୍ୟାଟେଗୋରିରେ ଜାତୀୟ ଜଳ ମିସନ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ରାଜ୍ୟମାନଙ୍କର ସମୁଦାୟ ୧୪୦ଟି ଆବେଦନରୁ ୨୨ ଜଣଙ୍କୁ ଜାତୀୟ ଜଳ ମିସନ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ସର୍ବାଧିକ ପୁରସ୍କାର ପାଇଁ ଚୟନ ହୋଇଥିଲା ବେଳେ ଓଡ଼ିଶାକୁ କୌଣସି ପୁରସ୍କାର ପାଇଁ ଚୟନ କରାଯାଇନଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର