ଦେଶରେ ପ୍ରତିଷ୍ଠା ହେବ ଜାତୀୟ ଜଳ ସଂଗ୍ରହାଳୟ

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ ଜାତୀୟ ଜଳ ସଂଗ୍ରହାଳୟ ପ୍ରତିଷ୍ଠା ‌େହବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଚାରବିମର୍ଶ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଦେଶରେ ଜଳକୁ କିଭଳି ସଂରକ୍ଷଣ କରାଯିବ, କେତେ ବର୍ଷା ହେଉଛି, କେତେ ପାଣି ନଷ୍ଟ ହେଉଛି ତାହାର ଅନୁଧ୍ୟାନ କରାଯିବ। ସେହିଭଳି, ଜଳ ପ୍ରଦୂଷଣ, ଭୂତଳ ଜଳର ସ୍ଥିତି, ଦେଶର ନଦୀମାନଙ୍କ ସମ୍ପର୍କରେ ମଡେଲ ଜରିଆରେ ପ୍ରସ୍ତାବିତ ଜାତୀୟ ଜଳ ସଂଗ୍ରହାଳୟରେ ଅବଗତ କରାଯିବ। ସୂତ୍ର ଅନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ଖୁବ୍‌ଶୀଘ୍ର ଜାତୀୟ ଜଳ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଏକ ଚିଠା ପ୍ରସ୍ତୁତ କରାଯିବ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ବାରା ଜାତୀୟ ଜଳ ସଂଗ୍ରହାଳୟ ସମ୍ପର୍କରେ ବିଚାରବିମର୍ଶ କରିବା ପାଇଁ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା, ଯେଉଁଥିରେ ଗ୍ଲୋବାଲ ନେଟଵାର୍କ ଅଫ୍ ଵାଟର ମ୍ୟୁଜିୟମ, ୟୁନେସ୍କୋର ପ୍ରତିନିଧିମାନଙ୍କ ସହ ଦେଶ ବିଦେଶର ଜଳ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଖୁବ୍‌ଶୀଘ୍ର ପ୍ରସ୍ତାବିତ ଜାତୀୟ ଜଳ ସଂଗ୍ରହାଳୟ ପାଇଁ ରୂପରେଖ ପ୍ରସ୍ତୁତ କରାଯିବା ସହ ଗୋଟିଏ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର