ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମହିଳାମାନଙ୍କର ଏକ ସ୍ବତନ୍ତ୍ର ରାଜନୈତିକ ଦଳ ‘ନ୍ୟାସ୍ନାଲ୍ ଓମେନ୍ସ ପାର୍ଟି’ ଗଠନ କରାଯାଇଛି। ଜଣେ ଡାକ୍ତର ଏବଂ ସାମାଜିକ କର୍ମୀଙ୍କ ଦ୍ବାରା ଗଠିତ ଏହି ଦଳ ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଉତ୍ପୀଡ଼ନ ବିରୋଧରେ ଲଢ଼ିବ। ଶ୍ବେତା ସେଟ୍ଟୀ ଏହି ଦଳର ନେତୃତ୍ବ ନେବେ। ଶ୍ବେତାଙ୍କ କହିବାନୁଯାୟୀ ନ୍ୟାସ୍ନାଲ୍ ଓମେନ୍ସ ପାର୍ଟି ପାଇଁ ୨୦୧୨ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ଏହି ଦଳର ଲକ୍ଷ୍ୟ। ଉଲ୍ଲେଖଯୋଗ୍ୟ, ଆମେରିକାର ଦଶନ୍ଧି ପୁରୁଣା ନ୍ୟାସ୍ନାଲ୍ ଓମେନ୍ସ ପାର୍ଟି ଦ୍ବାରା ଅନୁପ୍ରାଣିତ ହୋଇ ଏହି ଦଳ ଗଠନ କରାଯାଇଛି।
ଗଠନ ହେଲା ନ୍ୟାସ୍ନାଲ୍ ଓମେନ୍ସ ପାର୍ଟି
ମହିଳାଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରିବ
/sambad/media/post_attachments/wp-content/uploads/2018/12/National_Women_party_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)