ନୂଆଦିଲ୍ଲୀ: ‘କ୍ରିପ୍ଟୋକରେନ୍ସି’ ବା ଅଦୃଶ୍ୟ ମୁଦ୍ରା ଯେମିତି ମନ୍ଦ ବ୍ୟକ୍ତିଙ୍କ ପାଖକୁ ନ ଯାଏ ସେଥିପ୍ରତି ସୁନିଶ୍ଚି ହେବାକୁ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାମ କରିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହା ହେଉଛି ସର୍ବସାଧାରଣରେ ‘କ୍ରିପ୍ଟୋକରେନ୍ସି’ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ମନ୍ତବ୍ୟ।
‘ସିଡ୍ନି ଆଲୋଚନା’ରେ ‘ଭାରତର ପ୍ରଯୁକ୍ତି ବିଦ୍ୟା: ବିବର୍ତ୍ତନ ଓ ବିପ୍ଳବ’ ବିଷୟରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଲେ, ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ‘କ୍ରିପ୍ଟୋକରେନ୍ସି’ ଉପରେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାର୍ଯ୍ୟ କରିବା ସହ ତାହା ଯେପରି ମନ୍ଦ ବ୍ୟକ୍ତିଙ୍କ ପାଖକୁ ନ ଯାଏ, ସେଥିପ୍ରତି ସୁନିଶ୍ଚିତ ହେବା ଉଚିତ। ସେମିତି ହେଲେ ତାହା ଆପଣମାନଙ୍କ ଯୁବବର୍ଗଙ୍କୁ ନଷ୍ଟ କରି ଦେବ।
Image Courtesy of DT Nextଗୋଟିଏ ଯୁଗରେ ଥରେ ମାତ୍ର ହେଉଥିବା ପରିବର୍ତ୍ତନ ଭଳି ସମୟ ଦେଇ ଏବେ ଆମେ ଗତି କରୁଛନ୍ତି। ସମ୍ପ୍ରତି ପ୍ରଯୁକ୍ତିବିଦ୍ୟା ଏବଂ ଡାଟା (ତଥ୍ୟ) ନୂଆ ଅସ୍ତ୍ର ସାଜିଛି।
ଭାରତରେ କିଭଳି ‘କ୍ରିପ୍ଟୋକରେନ୍ସି’ କାରବାର ହେବ ସେ ସଂକ୍ରାନ୍ତରେ ଆଲୋଚନା କରିବାର ଅଳ୍ପ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ସତର୍କବାଣୀ ଶୁଣାଇଛନ୍ତି। ଭାରତରେ ‘କ୍ରିପ୍ଟୋକରେନ୍ସି’ର ଅନିୟନ୍ତ୍ରିତ ବଜାର ଆର୍ଥିକ ଦୁର୍ନୀତି ଏବଂ ଆତଙ୍କବାଦକୁ ଅର୍ଥ ଯୋଗାଣ ଉତ୍ସ ପାଲଟି ଯିବାର ଆଶଙ୍କା କରାଯାଉଛି। ବିଦେଶରେ ହେଉଥିବା ‘କ୍ରିପ୍ଟୋକରେନ୍ସି’ ବିନିଯୋଗ ଉପରେ ନିୟନ୍ତ୍ରଣ ବ୍ୟବସ୍ଥା କରିବା ଲାଗି ସରକାର ବିଚାର କରୁଛନ୍ତି।
Image Courtesy of Mintଆଜିର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ‘ଡିଜିଟାଲ୍ ଯୁଗ’ ଆମ ଚତୁର୍ପାଶ୍ବର ସବୁକିଛି ବଦଳାଇ ଦେବା ସହ ରାଜନୀତି, ଅର୍ଥନୀତି ଏବଂ ସମାଜକୁ ଭିନ୍ନ ଅର୍ଥ ପ୍ରଦାନ କରିଛି। ସାର୍ବଭୌମତ୍ବ, ଦେଶ ଶାସନ, ନୈତିକତା, ଆଇନ, ଅଧିକାର ଏବଂ ନିରାପତ୍ତା ଉପରେ ସନ୍ଦେହ ସୃଷ୍ଟି କରିଛି। ଏହା ଆନ୍ତର୍ଜାତିକ ପ୍ରତିଯୋଗିତା, କ୍ଷମତା ଏବଂ ନେତୃତ୍ବର ପୁନଃରୂପାୟନ କରୁଛି।
କିନ୍ତୁ, ସମୁଦ୍ର ଶଯ୍ୟା ଠାରୁ ଆରମ୍ଭ କରି ସାଇବର୍ ଏବଂ ମହାଶୂନ୍ୟ ଯାଏ ଆମେ ନୂଆ ବିପଦ ଏବଂ ତାହା ମଧ୍ୟରେ ବିବିଧ ପ୍ରକାରର ସଂର୍ଘଷର ନୂଆ ରୂପର ମଧ୍ୟ ସମ୍ମୁଖୀନ ହେଉଛୁ। ବୈଶ୍ବିକ ପ୍ରତିଦ୍ବନ୍ଦ୍ବିତା ଏବଂ ଭବିଷ୍ୟତର ଆନ୍ତର୍ଜାତିକ ରୀତିନୀତି ରୂପାୟଣର ଚାବି ଭାବେ ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଉପକରଣ ହୋଇସାରିଛି।
ଉନ୍ମୁକ୍ତତା ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ ହୋଇଥିବା ବେଳେ ଏହାର ଅପବ୍ୟବହାର ପାଇଁ କିଛି ନ୍ୟସ୍ତସ୍ବାର୍ଥଙ୍କୁ ଅନୁମତି ନ ଦେବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/PM-Modi-on-Cryptocurrency_Thumbnail.jpg)