ନୂଆଦିଲ୍ଲୀ: ଇଡି ଅଫିସ ଆଗରେ ଗର୍ଜିବ କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । 

Advertisment

ତେବେ ନ୍ୟାସନାଲ ହେରାଲ୍ଡ ମାମଲାରେ ବଢ଼ିଛି ସୋନିଆ, ରାହୁଲଙ୍କ ଅଡୁଆ । ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାଁ ରହିଛି । ଏନେଇ ରାଉଜ ଏଭିନ୍ୟୁକୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ନିକଟରେ ଏଜେଲର (ଆସୋସିଏଟେଡ୍ ଜରନାଲସ୍ ଲିମିଟେଡ) ୮ଶହ କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବା ପରେ ଇଡିର ଏହା ବଡ କାର୍ୟ୍ୟାନୁଷ୍ଠାନ । 

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଦଳ । ଚାର୍ଜସିଟ ଦାଖଲକୁ ରାଜନୈତିକ ପ୍ରତିଶୋଧନ ନାଁ ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ତେବେ ଏହାର ଜବାବ ଦିଆଯିବ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଜୟରାମ । ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ କଂଗ୍ରେସ ଓହ୍ଲାଉଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ ।