ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି) ଆସନ୍ତାକାଲି ଦେଶବ୍ୟାପୀ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ତାରିଖ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ ଦ୍ବାରା ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ଅଧିକ ପ୍ରଭାବୀ କରିବାକୁ କମିସନଙ୍କ ଲକ୍ଷ୍ୟ ରହିଛି। କମିସନ ଆସନ୍ତାକାଲି ଏସ୍‌ଆଇଆର୍‌ ଲାଗୁ ସଂକ୍ରାନ୍ତ ତାରିଖ ଓ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ 
ବୋଲି ଆଜି ସୂଚନା ମିଳିଛି।

Advertisment

ଯେଉଁ ରାଜ୍ୟମାନଙ୍କରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବ, ପ୍ରଥମ ପର୍ଯ୍ୟାୟରେ ସେହି ରାଜ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରି ଅନ୍ତର୍ଭୁକ୍ତ। ଏହି ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଯାଞ୍ଚ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଡ଼ାଯିବ କିମ୍ବା ବାଦ୍‌ ଦିଆଯିବ। ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଜୋର୍‌ଦାର ବିରୋଧ କରିଆସୁଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ବିହାର ଏସ୍‌ଆଇଆର୍‌ ରାୟରେ ପୂର୍ବରୁ କୌଣସି ରହିତାଦେଶ ଦେଇନାହାନ୍ତି। ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିଶ୍ଚିତ କରିବା ସହ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ସ୍ବଚ୍ଛତା ପାଇଁ ଏହା ଅତ୍ୟନ୍ତ ଜରୁରି ବୋଲି କମିସନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟ ପାଇଁ ଏସ୍‌ଆଇଆର୍‌ ଘୋଷଣା ହେବ।