ଲଣ୍ଡନ: ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ମୁଖ୍ୟ ଜେନ୍ସ ଷ୍ଟୋଲଟେନ୍ବର୍ଗ ସଦସ୍ୟ ଦେଶମାନଙ୍କୁ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ରଖିବାକୁ କହିଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ଚୀନ୍‌ ଦ୍ବାରା ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ନାଟୋ ଅଧିକ ଆଣବିକ ଅସ୍ତ୍ର ନିୟୋଜନ କରିବା ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଅସ୍ତ୍ରାଗାରାରୁ ବାହାର କରି ପ୍ରସ୍ତୁତ କରି ରଖିବା ଜରୁରୀ ହୋଇପଡ଼ିଛି।

Advertisment

ସେ ବ୍ରିଟିଶ ଖବରକାଗଜ ଟେଲିଗ୍ରାଫକୁ କହିଛନ୍ତି ନାଟୋ ସଦସ୍ୟମାନଙ୍କ ମଧ୍ୟରେ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରଣର ପ୍ରତିରୋଧ ପାଇଁ ଏସବୁର ବ୍ୟବହାର କରିବା ନେଇ ଆଲୋଚନା ହୋଇଛି। ସେ କହିଛନ୍ତି, ଏହା ଶତ୍ରୁକୁ ସିଧାସଳଖ ବାର୍ତ୍ତା ଦେଉଛି ଯେ ଆମେ ନିଶ୍ଚିତ ଭାବେ ଏକ ପରମାଣୁ ସହଯୋଗୀ ଭାବେ କାର୍ଯ୍ୟ କରୁଛୁ।

ଷ୍ଟୋଲେନବର୍ଗ କହିଛନ୍ତି ମୁଁ କେତେ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ଷମ ହେବା ଉଚିତ ଏବଂ କେତେଗୁଡ଼ିଏ ଷ୍ଟକପାଇଲରେ ରଖିବା ଉଚିତ ସେ ସମ୍ବନ୍ଧରେ କାର୍ଯ୍ୟକ୍ଷମ ବିବରଣୀକୁ ଯିବି ନାହିଁ, କିନ୍ତୁ ଆମକୁ ଏହି ପ୍ରସଙ୍ଗରେ ପରାମର୍ଶ ଦେବାର ଆବଶ୍ୟକତା ରହିଛି। ନିଶ୍ଚିତ ଭାବରେ ନାଟୋର ଉଦ୍ଦେଶ୍ୟ ହେଉଛି ଆଣବିକ ଅସ୍ତ୍ର ବିନା ଏକ ବିଶ୍ୱ, କିନ୍ତୁ ଯେପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି, ଆମେ ପରମାଣୁ ସହଯୋଗୀ ହୋଇ ରହିବୁ।

ରୁଷିଆ ଏବଂ ଚୀନ୍ ଧମକ ବିଷୟରେ ନାଟୋ ମୁଖ୍ୟ କହିଛନ୍ତି, ଏକ ବିଶ୍ୱ ଯେଉଁଠାରେ ରୁଷିଆ, ଚୀନ୍ ଏବଂ ଉତ୍ତର କୋରିଆ ପାଖରେ ପରମାଣୁ ଅସ୍ତ୍ର ଅଛି ସେପରିସ୍ଥଳେ ନାଟୋ ପାଖରେ ଏଭଳି ଅସ୍ତ୍ର ରହିବା ବିଶ୍ବ ପାଇଁ ବିପଦପୂର୍ଣ୍ଣ ନୁହେଁ।

ଗତ ସପ୍ତାହରେ ଷ୍ଟୋଲଟେନ୍ବର୍ଗ କହିଥିଲେ ଆଣବିକ ଅସ୍ତ୍ର ହେଉଛି ନାଟୋର ଚରମ ସୁରକ୍ଷା ଗ୍ୟାରେଣ୍ଟି ଏବଂ ଶାନ୍ତି ବଜାୟ ରଖିବାର ମାଧ୍ୟମ। ନାଟୋ ମୁଖ୍ୟଙ୍କ ମନ୍ତବ୍ୟକୁ ରୁଷିଆ ଉତ୍ତେଜନାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି। କ୍ରେମଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ କହିଛନ୍ତି ସ୍ବିଜରଲ୍ୟାଣ୍ଡ ସମ୍ମିଳନୀରେ ଜାରି କରାଯାଇଥିବା ବିଜ୍ଞପ୍ତିକୁ ବିରୋଧ କରୁଥିବା ସଦ୍ୟତମ ମନ୍ତବ୍ୟରେ କୁହାଯାଇଛି ୟୁକ୍ରେନ ପରିପ୍ରେକ୍ଷୀରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କିମ୍ବା ବ୍ୟବହାର ଗ୍ରହଣୀୟ ନୁହେଁ।

ପରେ ଷ୍ଟୋଲଟେନ୍ବର୍ଗ ରୁଷିଆର ଅଭିଯୋଗର ଜବାବ ଦେଇ କହିଛନ୍ତି କ୍ରେମଲିନ୍ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ତାଙ୍କ ବିବୃତ୍ତିରେ ନାଟୋର ଆଣବିକ ନିରାକରଣର ଆଧୁନିକୀକରଣ, ଏଫ-୧୬ ବିମାନକୁ ଏଫ-୩୫ରେ ପରିବର୍ତ୍ତିତ କରିବ ଏବଂ ୟୁରୋପରେ ନିୟୋଜିତ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବା ବିଷୟରେ ସେ କହିଛନ୍ତି।

ଦୀର୍ଘ ଦିନ ଧରି ନାଟୋର ଏହି ଆଭିମୁଖ୍ୟ ବିଷୟରେ ସମସ୍ତେ ଜାଣିଛନ୍ତି। ୱାଶିଂଟନ୍ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ ରୁଷିଆ ସବୁବେଳେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରେ ଯେଉଁଥିରେ ନାଟୋକୁ ଦାୟୀ କରାଯାଇପାରିବ, କିନ୍ତୁ ବାସ୍ତବତା ହେଉଛି ନାଟୋ ସ୍ୱଚ୍ଛତା।

ରୁଷିଆ କହିଛି ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ୟୁକ୍ରେନକୁ କୋଟି କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଦେଇ ବିଶ୍ୱକୁ ପରମାଣୁ ବିବାଦର ସୀମାକୁ ଠେଲି ଦେଉଛନ୍ତି। ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ବୈଷୟିକ ଏବଂ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ମସ୍କୋ ସଙ୍କଟଜନକ ପରିସ୍ଥିତିରେ ନିଜକୁ ରକ୍ଷା କରିବା ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିପାରିବ।