ରୁଷ ଆମର ନଂ୧ ଶତ୍ରୁ : ନାଟୋ

ବ୍ରସେଲ୍ସ : ରୁଷକୁ ନିଜର ନଂ୧ ଶତ୍ରୁ ଘୋଷଣା କରିଛି  ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବା ନାଟୋ । ନିଜ ସଦସ୍ୟ ଦେଶମାନଙ୍କ ସୁରକ୍ଷା ଓ ଶାନ୍ତି ପାଇଁ ରୁଷ ସବୁଠାରୁ ବଡ଼ ବିପଦ ବୋଲା ନାଟୋ କହିଛି ।

ବୁଧବାର ବସିଥିବା ନାଟୋ ବୈଠକରେ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠାରୁ ବଡ଼ ସୁରକ୍ଷା ଚ୍ୟାଲେଞ୍ଜ କହିଛନ୍ତି । ରୁଷର ଏହି ଆକ୍ରମଣ ଫଳରେ ପୂର୍ବ ୟୁରୋପର ଶାନ୍ତି ବ୍ୟାହତ ହୋଇଛି । ଏହାର ମୁକାବିଲା ପାଇଁ ରୁଷକୁ ସବୁପ୍ରକାରର ରାଜନୈତିକ ଓ ବାସ୍ତବିକ ସହୟତା ପ୍ରଦାନ ପାଇଁ ସେ ଆହ୍ବାନ ଜଣାଇଛନ୍ତି ।

କିନ୍ତୁ ଏହି ବୈଠକରେ ଯୋଗ ଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ନାଟୋକୁ ସମାଲୋଚନା କରିଛନ୍ତି । ଯୁଦ୍ଧ ସମୟରେ ୟୁକ୍ରେନକୁ ସଦସ୍. ଭାବେ ଗ୍ରହଣ ନକରିବାକୁ ସେ ସମାଲୋଚନା କରିଛନ୍ତି । ଏହା ସହିତ ରୁଷ ବିରୋଧରେ ଲଢେଇ ପାଇଁ ଅଧିକ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରୁଷ ଗତ ଫେବ୍ରୁଆରି ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଇତି ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧୦୦ରୁ ଅଧିକ ଦିନ ବିତିଯାଇଥିଲେ ବି ଦିନକୁ ଦିନ ତାହା ଅଧିକ ଭୟଙ୍କର ହୋଇଚାଲିଛି ।

ସମ୍ବନ୍ଧିତ ଖବର