ପୋଲାଣ୍ଡରେ ଯୁଦ୍ଧାଭ୍ୟାସ ଆରମ୍ଭ କଲା ନାଟୋ, ରୁଷକୁ କଡ଼ା ସଂକେତ

ଓ୍ବାର୍ସା : ୟୁକ୍ରେନ ଓ ରୁଷ ମଧ୍ୟ ଚାଲିଥିବା ଯୁଦ୍ଧ ଜାରି ରହିଥିବାବେଳେ ୟୁରୋପର ସୁରକ୍ଷା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ନାଟୋକୁ ରୁଷ ଧମକ ଦେଇଥିବାବେଳେ ନାଟୋ ପକ୍ଷରୁ ୟୁକ୍ରେନକୁ ଲାଗିଥିବା ଦେଶ ପୋଲାଣ୍ଡରେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରାଯାଇଛି । ଏଥିରେ ହଜାର ହଜାର ନାଟୋ ସୈନ୍ୟ ଯୋଗ ଦେଇଛନ୍ତି ।

ଏହାର ନାଁ ରଖାଯାଇଛି ଡିଫେଣ୍ଡର ୟୁରୋପ (ୟୁରୋପର ରକ୍ଷକ) ଓ ଏଥିରେ ୨୦ଟି ଦେଶର ପ୍ରାୟ ୧୮ ହଜାର ସୈନ୍ୟ ଯୋଗ ଦେଇଛନ୍ତି । କେବଳ ପୋଲାଣ୍ଡ ନୁହେଁ, ୟୁରୋପର ୮ଟି ଦେଶରେ ଏହି ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେଉଛି ।

ତେବେ ଏହି ସମରାଭ୍ୟାସର ଫଟୋ, ଭିଡିଓ କିମ୍ବା ଏ ସଂପର୍କିତ ଖବର ପ୍ରସାରଣ ନ କରିବାକୁ ପୋଲଣ୍ଡ ସରକାର ନିଜ ଦେଶର ଗଣମାଧ୍ୟମକୁ ଓ ସେଠାରେ କାମ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧ ଚାଲୁଥିବାବେଳେ ଏସଂପର୍କିତ ଖବର ସ୍ଥିତି ବିଗାଡ଼ିବାର ଆଶଙ୍କା ଥିବାର ପୋଲାଣ୍ଡ ସରକାର ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ବିଶେଷଜ୍ଞମାନଙ୍କ ମତରେ, ୟୁରୋପର ଅନ୍ୟ ଦେଶମାନଙ୍କ ଉପରେ ରୁଷ ଆକ୍ରମଣ କରିବାକୁ ଧମକ ଦେଇଥିବାରୁ ନାଟୋ ପକ୍ଷରୁ ଏପରି ଯୁଦ୍ଧାଭ୍ୟାସ କରି ରୁଷକୁ କଡା ସଂକେତ ଦିଆଯାଉଛି ।

ସମ୍ବନ୍ଧିତ ଖବର