ନ୍ୟୁୟର୍କ: ଆମେରିକାରେ ଆୟୋଜିତ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ( ନାଟୋ) ରେ ୟୁକ୍ରେନକୁ ମଜବୁତ କରିବା ଉପରେ ଆଲୋଚନା ହୋଇଥିଲା। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ୍ କହିଛନ୍ତି ଯେ ନାଟୋ ୟୁକ୍ରେନ ରାଜଧାନୀ କିଭରେ ଜଣେ ବରିଷ୍ଠ ପ୍ରତିନିଧୀ ନିଯୁକ୍ତ କରିବ ଏବଂ ୟୁକ୍ରେନ ସୈନ୍ୟମାନଙ୍କୁ ତାଲିମ ଦେବା ପାଇଁ ଜର୍ମାନୀରେ ଏକ ନୂତନ ସାମରିକ ସେଣ୍ଟର ବି ସ୍ଥାପନ କରିବ। ୱାଶିଂଟନ୍ରେ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେଇ ସୁଲିଭାନ୍ କହିଛନ୍ତି ଯେ ନାଟୋ ଜର୍ମାନୀରେ ଏକ ନୂତନ ସାମରିକ ସେଣ୍ଟର ସ୍ଥାପନ କରିବ, ଯେଉଁଠାରେ ୟୁକ୍ରେନର ସୈନ୍ୟମାନଙ୍କ ପାଇଁ ତାଲିମ, ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବ।
ଜର୍ମାନୀର ୱିସବାଡେନ୍ ସହରରେ ଏହା ସ୍ଥାପନ କରାଯିବ | ସେ ଆହୁରି ମଧ୍ୟ କହିଛନ୍ତି, 'ଆମେ ମଧ୍ୟ ଖୁବ ଶୀଘ୍ର ୟୁକ୍ରେନର ବାୟୁସେନା ଓ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବୁ | ୟୁକ୍ରେନକୁ ଏଫ-୧୬ଏସ ବିମାନ ଦିଆଯିବ | ସେହିପରି ରୁଷକୁ ମୁକାବିଲା କରିବାକୁ ୟୁକ୍ରେନକୁ ୪୦ ବିଲିୟନ ୟୁରୋ ଯୋଗାଇ ଦେବାକୁ ମଧ୍ୟ ଆମେରିକା କହିଛି | ରୁଷକୁ ଟାର୍ଗେଟ କରି ଆମେରିକାର ଅଧିକାରୀ କହିଛନ୍ତି ଯେ ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ସାହାଯ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବିସ୍ତାର କରିବାକୁ ଚେଷ୍ଟା କରୁଛି।