ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟପରେ ଦଳର ବରିଷ୍ଠ ନେତାମାନେ ବି ବୟାନବାଜି ଆରମ୍ଭ କରି ଦେଇଛନ୍ତି। ଏକଦା ଗାନ୍ଧୀ ପରିବାରର ନିକଟତମ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେଉଁ ମୁଖ୍ୟମନ୍ତ୍ରୀମାନଙ୍କ ବିରୁଦ୍ଧରେ ପୁତ୍ର ମୋହର ଅଭିଯୋଗ ଆଣିଥିଲେ ସେମାନେ କାହିଁକି ଏଯାଏଁ ଇସ୍ତଫା ଦେଇ ନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଠିକ୍ ହେବ। ଯଦି ରାହୁଲ ଇସ୍ତଫା ଦିଅନ୍ତି ତେବେ ତାଙ୍କ ସ୍ଥାନ କିଏ ନେବ ସେନେଇ କିଛି ଜଣାପଡି ନାହିଁ । ଯଦି ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସାମ୍ନାକୁ ଆସିବେ ନାହିଁ ତ ଆଉ କିଏ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂହ ବିଜେପିର ସାଂଗଠନିକ ଦକ୍ଷତାର ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/natwar-singh-india-today-1.jpg)