ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲାକୁ ଇତିମଧ୍ୟରେ ୧୪ ଦିନ ବିତିଗଲାଣି । ଏଯାଏଁ ଭାରତ ଆତଙ୍କୀଙ୍କ ଉପରେ ସିଧାସଳଖ ଆକ୍ରମଣ କରି ପ୍ରତିଶୋଧ ନେଇନାହିଁ । ଯଦିଓ ଆତଙ୍କୀଙ୍କୁ ପୋଷିଥିବା ଦେଶ ପାକିସ୍ତାନ ବିରୋଧରେ ବଡ ବଡ ଆକ୍ସନ ନେଇ ପାକିସ୍ତାନ ଆଖିରୁ ନିଦ ହଜାଇ ଦେଲାଣି ଆଉ ସମ୍ଭାବ୍ୟ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କଲାଣି ତଥାପି ଦେଶବାସୀ ସିଧା ବଦଲା ଚାହୁଁଛନ୍ତି ।
ଭାତରର ଯୁଦ୍ଧ ପ୍ରସ୍ତୁତି ଦେଖି ପାକିସ୍ତାନ ବିଳିବିଳାଉଥିବା ବେଳେ ଭାତରକୁ ଘନଘନ ପରମାଣୁ ବୋମାର ଧମକ ଦେଉଛି ଏବଂ ଆଜିକୁ ଲଗାତାର ୧୨ ଦିନ ହେବ ସୀମାରେ ଗୁଳିମାଡ଼ କରୁଛି । ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକ ୩ ସେନା ପ୍ରସ୍ତୁତ । ଜଳ-ସ୍ଥଳ- ଆକାଶ ପଥରେ ସଜାଗ ଅଛନ୍ତି ସେନା ।
ଆଜି ସମୁଦ୍ର ପଥରେ ଶତ୍ରୁଙ୍କୁ ମାତ୍ ଦେବାକୁ ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନର ସଫଳ ପରୀକ୍ଷଣ ଭାରତୀୟ ନୌସେନା କରିଥିବା ବେଳେ ଏହା ଶତ୍ରୁଙ୍କ ବୁଡା ଜାହାଜକୁ ଆକ୍ରଣମ କରିପାରିବ । ଶତ୍ରୁଙ୍କୁ ଜଳପଥରେ ବି ତ୍ରାହି ଦେବନି, ପାଣିରେ ବୁଡି ବୁଡି ଶତ୍ରୁ ଆକ୍ରମଣ ପାଇଁ ଯେତେ ଚାଲାକି କଲେ ବି ଖୋଜି ଖୋଜି ଶତ୍ରୁଙ୍କୁ ସଂହାର କରିବ ଭାରତୀୟ ନୌସେନାର ଏହି ବୋମା ।
ତେବେ ନୌସେନାରେ କିଏ ବଳଶାଳୀ ? ଭାରତ ନା ପାକିସ୍ତାନ ? କାହାର ଦମ୍ କେତେ ଆସନ୍ତୁ ଜାଣିବା...
ଜଳରେ ବଳ କାହାର ଅଧିକ ?
-ଭାରତ ପାଖରେ ୨୯୩ଟି ଜାହାଜ, ଯାହା ବିଶ୍ବରେ ଷଷ୍ଠ ସ୍ଥାନ
-ପାକିସ୍ତାନ ପାଖରେ ମୋଟ୍ ୧୨୧ଟି ଜାହାଜ
-ଏୟାରକ୍ରାଫ୍ଟ କ୍ୟାରିଅର- ଭାରତ ପାଖରେ ୨ଟି, ପାକିସ୍ତାନ ପାଖରେ ନାହିଁ
-ହେଲୋ କ୍ୟାରିଅର- ଦୁଇ ଦେଶ ପାଖରେ ଜମା ନାହିଁ
-ବୁଡ଼ାଜାହାଜ- ଭାରତ ପାଖରେ ୧୮ଟା, ପାକିସ୍ତାନ ପାଖରେ ୮ଟି
-ଡେଷ୍ଟ୍ରୋୟର- ଭାରତ ପାଖରେ ୧୩ଟି, ପାକିସ୍ତାନ ପାଖରେ ନାହିଁ
-ଫ୍ରିଗେଟ୍- ଭାରତ ପାଖରେ ୧୪ଟି, ପାକିସ୍ତାନ ପାଖରେ ୯ଟି
-କର୍ଭେଟ୍ସ (ବାହକ)- ଭାରତ ପାଖରେ ୧୮ଟି, ପାକିସ୍ତାନ ପାଖରେ ୯ଟି
-ପାଟ୍ରୋଲ୍ ଜାହାଜ- ଭାରତ ପାଖରେ ୧୩୫ଟି, ପାକିସ୍ତାନ ପାଖରେ ୬୯ଟି
-ମାଇନ୍ ଯୁଦ୍ଧ ଜାହାଜ- ଭାରତ ପାଖରେ ନାହିଁ, ପାକିସ୍ତାନ ପାଖରେ ୩ଟି