ନୂଆଦିଲ୍ଲୀ: ଜଳପଥରେ ପାଟ୍ରୋଲିଙ୍ଗ୍‌ ପାଇଁ ଆଡ଼େନ୍‌ ଉପସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନା ଜାହାଜ ସୁନୈନା ସୋମାଲିଆ ତଟ ଠାରୁ ଦୂରରେ ଏକ ବେଆଇନ୍‌ ମାଛଧରା ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି।

Advertisment

ସୋକୋଟ୍ରା ଦ୍ୱୀପ ଅଞ୍ଚଳ ତଥା ସୋମାଲିଆ ତଟ ଠାରୁ ପ୍ରାୟ ୨୫ ନଟିକାଲ୍‌ ମାଇଲ୍‌ ଦୂରରେ ଶନିବାର ଦିନ ସୁନୈନା ଏକ ସନ୍ଦିଗ୍ଧ ମାଛଧରା ପୋତ ଠାବ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ଅଞ୍ଚଳରେ ପୋତଟି ବେଆଇନ୍‌ ଭାବେ ମାଛ ଧରୁଥିଲା ଏବଂ ସେଥିରେ ୪ଟି ଉଚ୍ଚମାନର ଏକେ-୪୭ ଏବଂ ଗୋଟିଏ ମେସିନ୍‌ ଗନ୍‌ ଥିଲ ଓ ସେଥିପାଇଁ ଆବଶ୍ୟକ ଗୋଳାବାରୁଦ ଥିଲା।

publive-image

ୟୁଏନ୍‌ଏସ୍‌ସିଆର୍‌ ୨୩୮୩ (୨୦୧୭) ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ଆଇଏନ୍‌ଏସ୍‌ ସୁନୈନା ସେ ଅସ୍ତ୍ରଶସ୍ତ୍ର ସବୁ ଜବତ କରିଛି। ଭବିଷ୍ୟତରେ ସେ ପୋତର ନାବିକମାନେ କାଳେ କିଛି ଲୁଣ୍ଠନ କାର୍ଯ୍ୟକଳାପ କରିବେ, ତାହା ଏଡ଼ାଇବାକୁ ସେ ସବୁ ଅସ୍ତ୍ରଶସ୍ତ୍ର ବ୍ୟାଜାପ୍ତି କରାଯାଇ ପୋତଟିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ଛାଡ଼ି ଦିଆଯାଇଥିଲା। ଏ କଥା କହିଛନ୍ତି ନୌସେନାର ମୁଖପାତ୍ର କ୍ୟାପ୍ଟେନ୍‌ ଡିକେ ଶର୍ମା।