ବେଙ୍ଗାଲୁରୁ: ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ସହ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ବିଭିନ୍ନ ଭାରତୀୟ ଯୁଦ୍ଧ ଜାହାଜ ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରୁଛି। ଏକାଧିକ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ନିକ୍ଷେପ ସହ ଦୀର୍ଘ ଦୂରତା ବିଶିଷ୍ଟ ନିର୍ଦ୍ଦିଷ୍ଟ ଆକ୍ରମଣ ପାଇଁ ନିଜର ପ୍ରସ୍ତୁତି ପ୍ରଦର୍ଶନ କରିଛି ନୌସେନା। ନୌସେନା କହିଛି ଯେ ଦେଶର ସ୍ୱାର୍ଥ ରକ୍ଷା ନିମନ୍ତେ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଆରବ ସାଗରରେ ମୁତୟନ ଯୁଦ୍ଧ ଜାହାଜରୁ ବ୍ରହ୍ମୋସ୍ ଆଣ୍ଟି-ସିପ୍ ଏବଂ ଆଣ୍ଟି-ସର୍ଫେସ୍ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବାର ଏକାଧିକ ଦୃଶ୍ୟ ସେୟାର କରାଯାଇଛି। ଭାରତର ସ୍ବଦେଶୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ ମଧ୍ୟ ଏବେ ଆରବ ସାଗରରେ ମୁତୟନ ହୋଇଛି।
ଧାରା ୩୭୦ ଉଚ୍ଛେଦ ପରେ ପହଲଗାମ ହତ୍ୟାକାଣ୍ଡ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିବା ବେଳେ ଭାରତ ଏବେ ଆତଙ୍କବାଦୀ ଏବଂ ସେମାନଙ୍କ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ବଦ୍ଧପରିକର ବୋଲି ଘୋଷଣା କରିଛି। ଭାରତର ଯୁଦ୍ଧପ୍ରସ୍ତୁତିକୁ ଦେଖି ଛାନିଆ ପାକିସ୍ତାନ ଚୀନ୍ ଓ ଆମେରିକାକୁ ନିଜ ଉଦ୍ବେଗ ଜଣାଇଥିବା ବେଳେ କୌଣସି ସ୍ଥାନରୁ ଆଶ୍ବାସନା ମିଳୁନାହିଁ। ଅନ୍ୟପକ୍ଷରେ ପାକିସ୍ତାନୀ ନେତାମାନେ ତୁହାକୁ ତୁହା ଭାରତକୁ ପରମାଣୁ ଅସ୍ତ୍ର ଧମକ ଦେଇଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/28/H7B7T8ivf3nbhOolK68L.jpg)