ପାରଳାଖେମୁଣ୍ଡି : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଯେ ଉତ୍କଳ ଦିବସରେ ସେ ଏଠାକୁ ଆସିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି।
ସେ ଆହୁରି କହିଛନ୍ତି ‘୧୯ ବର୍ଷ ହେବ ଧରି ନବୀନ ବାବୁ ଓଡ଼ିଆ ଭାଷା କହିପାରୁ ନାହାନ୍ତି। ଏଭଳି ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରନ୍ତୁ ଯିଏ ଓଡ଼ିଆ ଭାଷା କହିପାରୁଥିବ।’ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆହୁରି କହିଛନ୍ତି ଯେ ସେ ସାରା ଦେଶ ଭ୍ରମଣ କରୁଛନ୍ତି ,ସମସ୍ତେ କହୁଛନ୍ତି ପୁଣି ଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବେ। ନବୀନବାବୁଙ୍କ ସରକାରକୁ ଓପାଡ଼ି ଫିଙ୍ଗିବାକୁ ସେ ଆହ୍ଵାନ ଦେଇଛନ୍ତି। ନବୀନ ପଟ୍ଟନାୟକ
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ, ନବରଙ୍ଗପୁରବିଜେପି ଲୋକସଭା ପ୍ରାର୍ଥୀ ଜୟରାମ ପାଙ୍ଗୀ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Amit-Shah-Speech-in-Parlakhemundi_Thumbnail.jpg)