ସୋସିଆଲ୍‌ ମିଡିଆରେ ନବୀନ-ମମତାଙ୍କ ବିକୃତ ଫଟୋ, ବିଜେପି କର୍ମୀ ଗିରଫ

କୋଲକାତା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡିଆରେ ଛାଡ଼ିିଥିବା ଜଣେ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିର ନାମ ବବୁଆ ଘୋଷ ଏବଂ ତାଙ୍କୁ ପୁଲିସ ପଶ୍ଚିମ ମେଦିନାପୁରରୁ ଗିରଫ କରିଛି। ଫଟୋ ସହିତ ବଙ୍ଗଳାରେ ଦୁଇ ନେତାଙ୍କ ପ୍ରତି ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ। ସେ ଲେଖିଥିଲେ ‘ଠିକ୍‌ ସମୟରେ ବିବାହ କରିନଥିବାରୁ ଏହାର ଗମ୍ଭୀର ପରିଣାମ ହୋଇପାରେ। ଜଣେ ଯୁବକ ଠିକ୍‌ ସମୟରେ ବିବାହ ନକଲେ ସେ ପାଗଳ ହେବା ସମ୍ଭାବନା ରହିଛି, କିନ୍ତୁ ପୂରା ପଶ୍ଚିମବଂଗ ଦେଖୁଛି ଜଣେ ଯୁବତୀ ଠିକ୍‌ ସମୟରେ ବିବାହ ନ କରିବାରୁ କ’ଣ ସବୁ ଘଟୁଛି।’ ଏହାକୁ ନେଇ ଅନେକ ଲୋକ ଆପତ୍ତି ଉଠାଇବା ସହିତ ଥାନାରେ ଏତଲା ଦେଇଥିଲେ। ପଶ୍ଚିମ ବଙ୍ଗ ପୁଲସ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ବିଜେପି କର୍ମୀକୁ ଗିରଫ କରିଛି।

ସମ୍ବନ୍ଧିତ ଖବର