ଦିଲ୍ଲୀରେ କେନ୍ଦ୍ରକୁ ଘେରିଲେ ନବୀନ

ଘୋଷଣା କଲେ, ଦେଉନାହାନ୍ତି, ୬୪୦୦ କୋଟି ଟଙ୍କା ଏଯାଏ ମିଳିନାହିଁ, ଗୃହ ନିର୍ମାଣରେ ୧୦୦୦ କୋଟି ଆସିନି, ମନରେଗାରେ ୪୦୦, କୃଷିରେ ୬୭୫ କୋଟି

ନୂଆଦିଲ୍ଲୀ/ଭୁବନେଶ୍ବର : କେନ୍ଦ୍ରୀୟ ଅବହେଳା ଅଭିେଯାଗକୁ ଅଧିକ େଜାରଦାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ କୌଶଳ ଆପଣାଇଛନ୍ତି। ଓଡ଼ିଶାେର ନୁହେଁ, ବରଂ ନୂଆଦିଲ୍ଲୀେର ସମୀକ୍ଷା କରିବା ଛଳରେ ନବୀନ େକନ୍ଦ୍ର ସରକାରଙ୍କୁ ଆଙ୍ଗୁଠି ଉଠାଇ ଜଣାଇଛନ୍ତି େଯ ଯେତିକି ଅର୍ଥ େଦବାକୁ େଘାଷଣା କରାଯାଉଛି, ତାହା ଓଡ଼ିଶାକୁ ମିଳୁନି। ପାଖାପାଖି ୬ହଜାର ୪ଶହ େକାଟି ଟଙ୍କାର ହିସାବ େଦଇ ନବୀନ ପରୋକ୍ଷରେ େକନ୍ଦ୍ରର ପ୍ରତିଶ୍ରୁତି ଓ ବାସ୍ତବତା ମଧ୍ୟରେ କେତେ ଫରକ ରହିଛି, ତାହା ପଦାକୁ ଆଣିଛନ୍ତି। ନିର୍ବାଚନ ବର୍ଷରେ ତଥା ୨୦୧୯-୨୦ ଆର୍ଥିକ ବର୍ଷଲାଗି େକନ୍ଦ୍ରୀୟ ବଜେଟ ଉପସ୍ଥାପନର ୭୨ ଘଣ୍ଟା ପୂର୍ବରୁ ନବୀନଙ୍କ ଏଭଳି ଅଭିେଯାଗ ଚର୍ଚ୍ଚାର ବିଷୟ େହାଇଛି।

େକନ୍ଦ୍ର ସରକାର େଦଉଥିବା ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି। ନିୟମିତ ବ୍ୟବଧାନରେ ବିେଜପି େନତାମାେନ ଏଭଳି ଅଭିେଯାଗ ଆଣୁଥିେଲ। ନିକଟରେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବା ବେଳେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ଖର୍ଚ୍ଚ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ଇଙ୍ଗିତ କରିଥିେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ।

ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ େକନ୍ଦ୍ରୀୟ ଅନୁଦାନର ସମୀକ୍ଷା କରିବା ଛଳରେ ଆଜି ଏହି ପ୍ରସଙ୍ଗରେ ଘଣ୍ଟାଚକଟା କରିଥିେଲ। ଓଡ଼ିଶା ଭବନରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ ଆୟୁକ୍ତ ତୁହିନକାନ୍ତ ପାେଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜେଶ ବର୍ମା ପ୍ରମୁଖଙ୍କ ଉପସ୍ଥିତିରେ ସମୀକ୍ଷା େହାଇଥିଲା।

ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ଅନୁଦାନ ଦେବାରେ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଳେ, କେନ୍ଦ୍ର ସରକାର ୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରିନାହାନ୍ତି। ଏହାଦ୍ବାରା ପ୍ରକଳ୍ପ କାର୍ଯ୍ୟକାରୀ େହବାରେ ବିଳମ୍ବ ଘଟୁଛି। େକବଳ ଗୃହ ନିର୍ମାଣ େଯାଜନାରେ ୧୦୦୦ େକାଟି ଟଙ୍କା େକନ୍ଦ୍ର ସରକାର ବକେୟା ରଖିଥିବା ନବୀନ ଅଭିେଯାଗ ଆଣିଥିଲେ।

ପରିସଂଖ୍ୟାନ େଦଇ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୩୭୫ କୋଟି ଟଙ୍କା ଏଯାଏ ପ୍ରଦାନ କରାଯାଇନାହିଁ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି େଯାଜନାରେ ୪୦୦ କୋଟି ଓ କୃଷି କ୍ଷେତ୍ର ପାଇଁ ୬୫୦ କୋଟି ଟଙ୍କା େକନ୍ଦ୍ର ସରକାର ଦେଇନାହାନ୍ତି। ସେହିପରି ପାନୀୟ ଜଳ ପ୍ରକଳ୍ପରେ ୩ ହଜାର କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରି ସାରିଥିବାବେଳେ କେନ୍ଦ୍ର ସରକାର ମାତ୍ର ୧୮୦ କୋଟି ଟଙ୍କା ପ୍ରଦାନ କରିବାକୁ କହିଥିଲେ। େହଲେ ଏଥିରୁ ମାତ୍ର ୮୦ େକାଟି ଟଙ୍କା ଏଯାଏ ମିଳିଛି। ସ୍ମାର୍ଟ ସିଟି ଦାରିଦ୍ର୍ୟ ନିରାକରଣ ବାବଦରେ ୨୦୦ କୋଟି ଟଙ୍କା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଏହି େକ୍ଷତ୍ରରେ ବି ୬ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି।

ଉଲ୍ଲେଖଯୋଗ୍ୟ, େକନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହିତ େଯାଗାେଯାଗ କରି ବଳକା ଅର୍ଥ କିଭଳି େଫବ୍ରୁଆରି େଶଷ ସପ୍ତାହ ସୁଦ୍ଧା ମିଳିପାରିବ, େସ େନଇ ମୁଖ୍ୟମନ୍ତ୍ରୀ ମୁଖ୍ୟ ଆବାସିକ ଆୟୁକ୍ତଙ୍କୁ ଦାୟିତ୍ବ େଦଇଥିେଲ। ଶ୍ରୀ ପାଣ୍ଡେ କହିଥିେଲ େଯ ୧୦ ଜଣ ଅଧିକାରୀଙ୍କୁ େନଇ ଏକ ପ୍ରତିନିଧିମଣ୍ଡଳୀ ଗଠନ କରାଯାଇଛି। େସମାେନ େକନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହିତ େଯାଗାେଯାଗ କରି ଏ ଦିଗରେ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର