ନୂଆଦିଲ୍ଲୀ: ଭାରତରୁ ଯାଇ ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ା ଯୁଦ୍ଧ ସମୟରେ ଖାର୍କିବ ସହରର ବଙ୍କର୍‌ ଭିତରୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁକୁ ୧୯ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ମରଶରୀର ଭାରତ ଫେରିପାରିନାହିଁ। ତେବେ ଆସନ୍ତା ୨୧ରେ ମୃତ ନବୀନଙ୍କ ମୃତଦେହ ଭାରତ ଫେରିବ ବୋଲି ଜଣାପଡ଼ିଛି।

Advertisment

ଆଜି କର୍ଣ୍ଣାଟକ ସରକାର କହିଛନ୍ତି ଯେ ଯୁଦ୍ଧ ସମୟରେ ୟୁକ୍ରେନରେ ରୁଷର ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ରାଜ୍ୟର ଡାକ୍ତରୀ ଛାତ୍ର ନବୀନଙ୍କ ମୃତଦେହ ମାର୍ଚ୍ଚ ୨୧ ତାରିଖ ଦିନ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି ଏବଂ ଏନେଇ ସମସ୍ତ କାଗଜପତ୍ର କାମ ଶେଷ ହୋଇଛି।

ଉଲ୍ଲେଖଯୋଗ୍ୟ, ଭାରତରୁ ଯାଇ ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡ଼ା ଯୁଦ୍ଧ ସମୟରେ ଖାର୍କିଭ୍‌ ସହରର ବଙ୍କର୍‌ ଭିତରୁ ବାହାରକୁ ଯାଇ ପ୍ରାଣ ହରାଇଥିଲେ। କୁହାଯାଇଥିଲା ଯେ, କିଛି ସାମଗ୍ରୀ ଖରିଦ କରିବା ପାଇଁ ନବୀନ ବଙ୍କର୍‌ ବାହାରକୁ ଯାଇଥିଲେ। ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିଲା। କର୍ଫ୍ୟୁ ହଟିବାରୁ ସକାଳ ୬ଟା ପରେ ସେ ସାମଗ୍ରୀ ଖରିଦ ପାଇଁ ବାହାରକୁ ଯାଇଥିଲା। ଏସମୟରେ ରୁଷର ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁକୁ ୧୯ଦିନ ‌ହୋଇସାରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ମୃତଦେହ ଭାରତ ଫେରିପାରିନାହିଁ।