ଅମ୍ରିନ୍ଦର ସିଂହଙ୍କ ପାଇଁ ସିଦ୍ଧୁଙ୍କୁ ପ୍ରଚାର କରିବାକୁ ଡ଼ାକୁ ନାହିଁ କଂଗ୍ରେସ : ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ସିଦ୍ଧୁଙ୍କ ପତ୍ନୀ

ଚଣ୍ଡିଗଡ଼ : ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ସପ୍ତମ ପର୍ଯ୍ୟାୟ ପାଇଁ ସବୁ ଦଳ ଜୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସବୁ ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରଚାର ଜାରି ରଖିଛନ୍ତି । ତେବେ ଏ ମଧ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବ୍‌ଜୋତ କୌର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ଗଣମାଧ୍ୟମକୁ  ବୟାନ ଦେଇ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଚାହୁଁ ନଥିବାରୁ ସିଦ୍ଧୁଙ୍କୁ ପଞ୍ଜାବରେ ପ୍ରଚାର କରିବାକୁ ଦିଆଯାଉ ନାହିଁ । ତାଙ୍କ ପାଇଁ କଂଗ୍ରେସ ସିଦ୍ଧୁଙ୍କୁ ପ୍ରଚାର କରିବାକୁ ରୋକିଛି ବୋଲି କହିଛନ୍ତି ନବ୍‌ଜୋତ କୌର ।

indianexpress.com

ସୂଚନା ମୁତାବକ, ସୋମବାର ୨୦୧୯ ଲୋକସଭା ନିର୍ବାଚନ ପାଇଁ ସିଦ୍ଧୁ ୨୮ଦିନରେ ୮୦ଟି ରାଲିକୁ ସମ୍ବୋଧିତ କରିଥିବାରୁ ତାଙ୍କର ଗଳା ଖରାପ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ଷ୍ଟେରଏଡ୍‌ ଏବଂ ଅନ୍ୟ ଇଞ୍ଜେକ୍ସନ ଦେଇଛନ୍ତି । ଏହା ସହ କିଛି ଦିନ ଆରାମ କରିବା ପାଇଁ ବି କହିଛନ୍ତି ବୋଲି ସୂଚନା ମିଳିଥିଲା । କିନ୍ତୁ ଆଜି ନବ୍‌ଜୋତ କୌରଙ୍କ ଏଭଳି ବୟାନ ସମସ୍ତଙ୍କୁ ଚମକାଇ ଦେଇଛି ।

ସମ୍ବନ୍ଧିତ ଖବର