ମୋଦୀ କାମ କମ କିନ୍ତୁ ପାଟି ଅଧିକ କରନ୍ତି : ସିଦ୍ଧୁ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ହିଁ ବିବାଦରେ ରହିଆସିଥିବା କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁ ମୋଦୀଙ୍କୁ ଟାର୍ଗେଟ କରିବା ଛାଡ଼ି ନାହାନ୍ତି । ବାରମ୍ବାର ତାଙ୍କୁ ନିଜର ବୟାନ ପାଇଁ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ସୁଧୁରିବାର ନାଁ ନେଉ ନାହାନ୍ତି ସିଦ୍ଧୁ । ପୂର୍ବରୁ ତାଙ୍କୁ ଏ ନେଇ ଚପଲ ଫିଙ୍ଗା ଯାଇ ସାରିଛି । କିନ୍ତୁ ସେ ପୁଣି ଥରେ ଇନ୍ଦୋରରେ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଇନ୍ଦୋରରେ ଜନସଭାକୁ ସମ୍ବୋଧନ କରି, ମୋଦୀ ବିଭାଜନକାରୀ ରାଜନୀତି କରୁଥିବା ନେଇ ଆରୋପ ଲଗାଇଛନ୍ତି ସିଦ୍ଧୁ ।

Hindustan Times

ମୋଦୀ ହେଉଛନ୍ତି ସେହି ବୋହୂ ଭଳି, ଯିଏ ରୁଟି କମ ବେଲିବା ସହ ଚୁଡ଼ିର ଶବ୍ଦ ଅଧିକ କରିଥାଏ । ତାଙ୍କର କାମ ଯେତେ କମ ସେ ସେତେ ଅଧିକ ପାଟି କରୁଛନ୍ତି । ୫ବର୍ଷ ମଧ୍ୟରେ ସେ ନିଜର କୌଣସି ପ୍ରତିଶୃତିକୁ ପୂରା କରିବାରେ ସଫଳ ହୋଇ ନାହାନ୍ତି । କେବଳ ବିରୋଧି ଦଳକୁ ଟାର୍ଗେଟ କରି ଭୋଟ୍‌ ମାଗି ଚାଲିଛନ୍ତି ବୋଲି କହିଥିଲେ ସିଦ୍ଧୁ ।

ସମ୍ବନ୍ଧିତ ଖବର