ଚଣ୍ଡୀଗଡ଼: କଂଗ୍ରେସ ଦଳର ପଞ୍ଜାବ ଶାଖାରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି। ଯେଉଁଠାରେ ସେ (ସିଦ୍ଧୁ) ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବେ, ସେଠାକୁ ଅମରିନ୍ଦର ସିଂଙ୍କୁ ନିମନ୍ତ୍ରଣ କରିବେ।
କ୍ୟାପଟେନ ଅମରିନ୍ଦର ସିଂଙ୍କ ମିଡିଆ ପରାମର୍ଶଦାତା ରବିନ ଠକରାଲ୍ ଟ୍ୱିଟ୍ କରି କହିଛନ୍ତି ଯେ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ଆକ୍ରମଣ ପାଇଁ ଯଦି ସେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କୁ ଭେଟିବେ ନାହିଁ।
ସୂତ୍ରରୁ ପ୍ରକାଶ ଯେ ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପଞ୍ଜାବ କଂଗ୍ରେସର ଚାରିଜଣ ନୂତନ କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।
ନିମନ୍ତ୍ରଣ ପତ୍ର ସିଦ୍ଧୁ ଏବଂ ବର୍ତ୍ତମାନର ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଜାଖରଙ୍କ ସମେତ ଅନ୍ୟ ନେତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଶୀଘ୍ର କ୍ୟାପଟେନ ଅମରିନ୍ଦର ସିଂଙ୍କ ନିକଟକୁ ପଠାଯିବ ବୋଲି ଏକ ସୂତ୍ରରୁ ପ୍ରକାଶ।
ଏହି କ୍ରମରେ ଆଜି ଦୁଇ ନେତା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ କଂଗ୍ରେସ ବିଧାୟକ ମାନଙ୍କ ପାଇଁ ଏକ ଭୋଜିର ବ୍ୟବସ୍ଥା କରିଥିବା ବେଳେ ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଗତକାଲି ସିଦ୍ଧୁ ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜିତ କରିଛନ୍ତି । ହେଲେ ଏହି କାର୍ଯ୍ୟକ୍ରମକୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ । ଏହି ଭୋଜି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପଟେନ୍ କେନ୍ଦ୍ରୀୟ ନେତୃତ୍ୱଙ୍କୁ କିଛି ସନ୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି ।
କହିରଖୁ କି ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇ ନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅମରିନ୍ଦର ସିଂ ଖୁସି ନଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀକ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled7.png)