ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ ସିଦ୍ଧୁ: ହରିଶ ରାୱତ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଆରମ୍ଭ ହୋଇଥିଲା ଦଳୀୟ କନ୍ଦଳ। ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ବାଦ ବିବାଦ ନଥମିବାରୁ ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ। ପଞ୍ଜାବ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ହାଇକମାଣ୍ଡ ସିଦ୍ଧୁଙ୍କୁ ଦାୟିତ୍ବ ଦେଇଥିବା ବେଳେ ଏଭଳି ହଠାତ ସେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ଏବେ ପୁଣି ଥରେ ସିଦ୍ଧୁ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ଆଜି ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଆଇସିସିର ସାଧାରଣ ସମ୍ପାଦକ ହରିଶ ରାୱତ ଏହା କହିଛନ୍ତି। ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ ନବଜୋତ ସିଂ ସିଦ୍ଧୁ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।

Sidhu had taken over as the state party chief in July amid a leadership tussle with Amarinder Singh. (Twitter)
www.news18.com

ସେ କହିଛନ୍ତି ଯେ, କଂଗ୍ରେସ ସଭାପତିଙ୍କ ନିଷ୍ପତ୍ତି ତାଙ୍କ ପାଇଁ ଗ୍ରହଣୀୟ ହେବ ବୋଲି ନବଜୋତ ସିଂହ ସିଦ୍ଧୁ ଆଜିର ବୈଠକରେ ସ୍ପଷ୍ଟ ଭାବେ କହିଛନ୍ତି। ଆସନ୍ତାକାଲି ଏନେଇ ଘୋଷଣା କରାଯିବ। ଅନ୍ୟପକ୍ଷରେ ସିଦ୍ଧୁ କହିଛନ୍ତି ଯେ, ପଞ୍ଜାବକୁ ନେଇ ଥିବା ମୋର ସମସ୍ତ ଲକ୍ଷ ବିଷୟରେ ହାଇକମାଣ୍ଡଙ୍କୁ ଜଣାଇଛି ଏବଂ ମୋର ସୋନିଆ, ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସେମାନେ ଯାହା ନିଷ୍ପତ୍ତି ନେବେ, ତାହା କଂଗ୍ରେସ ଏବଂ ପଞ୍ଜାବର ମଙ୍ଗଳ ପାଇଁ ହେବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ନବଜୋତ ସିଂ ସିଦ୍ଧୁ ହଠାତ୍ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଇପିଏସ୍ ଅଧିକାରୀ ଇକବାଲ ପ୍ରୀତ ସିଂ ସହୋଟାଙ୍କୁ ନୂତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଏବଂ ରାଣା ଗୁରୁଜିତ ସିଂଙ୍କୁ ନୂତନ ରାଜ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ଜଣାଯାଇଥିଲା।

ସମ୍ବନ୍ଧିତ ଖବର