ନୂଆଦିଲ୍ଲୀ: କିଛି ଦିନ ତଳେ ଆମ ଆଦମୀ ପାର୍ଟି(ଆପ) ପଞ୍ଜାବରେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା | ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭଗବନ୍ତ ମାନଙ୍କୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲେ | ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରି କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ପାର୍ଟି ଦ୍ୱାରା ଦିଆଯାଇଥିବା ନମ୍ବରରେ ଫୋନ୍ କଲ, ଏସଏମଏସ ଏବଂ ହ୍ବାଟସଆପରେ ଆସିଥିବା ବାର୍ତ୍ତାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଭୋଟ କରିଛନ୍ତି। ହେଲେ ଏହାକୁ ଏବେ ମିଛ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ |
/sambad/media/post_attachments/1628996965bbd006fcbfe20e7ab5e6cf29153fc39ed0d6cd09148157a7aaa718.jpg)
ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଏକ ନମ୍ବର ଲଞ୍ଚ କରିଥିଲା ଏବଂ ଏହି ନମ୍ବରରେ ୨୧ଲକ୍ଷ ବାର୍ତ୍ତା ଆସିଥିବା ଦାବି କରିଥିଲା। ଯଦିଓ ଏହି ନମ୍ବର ୨୪ଘଣ୍ଟା ପାଇଁ ଖୋଲା ରୁହେ, ତେବେ ଏଥିରେ ୫ ହଜାରରୁ ଅଧିକ ବାର୍ତ୍ତା କିମ୍ବା କଲ୍ ଗ୍ରହଣ କରାଯାଇପାରିବ ନାହିଁ | ଆପକୁ ୨୧ଲକ୍ଷ ବାର୍ତ୍ତା ଆସିଲା କେମିତି? ଏହା ଏକ ପ୍ରକାର ଘୋଟାଲା ଏବଂ ଆମେ ଏହା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛୁ। ଏଥିସହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି |