ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ନିକଟରେ କର୍କଟ ଚିକିତ୍ସାକୁ ନେଇ ଏକ ବଡ଼ ଦାବି କରିଥିଲେ। ଏହି ଦାବିକୁ ଟାଟା କ୍ୟାନସର ମେମୋରିଆଲ ହସ୍ପିଟାଲ ଏଡ଼ାଇ ଦେବା ପରେ ସିଦ୍ଧୁ ଏକ ସେଫଇ ଦେଇ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସିଦ୍ଧୁ କହୁଛନ୍ତି, ‘ମୋର ଘରେ ଡାକ୍ତର ଅଛି। ମୁଁ ଯାହା କିଛି ବି କରିଛି ସବୁ ଡାକ୍ତରଙ୍କ ପରାମର୍ଶରେ। ଆୟୁର୍ବେଦ ବିଜ୍ଞାନ ଓ ଜାପାନର ବଡ଼ବଡ଼ ଡାକ୍ତରମାନେ ବି ଉପବାସ ରହିବାକୁ ପରାମର୍ଶ ଦେଇଥାଆନ୍ତି। ଯେମିତି ଅନ୍ନ ସେମିତି ମନ। ଏହି ଡାଏଟ ଚାର୍ଟ ଚିକିତ୍ସାର ସହଯୋଗୀ ପକ୍ରିୟା। ଏହି ଭିଡିଓରେ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ଓ ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ରୁପିନ୍ଦର ସିଂହ ନିଜନିଜ ମତାମତ ଦେଇଛନ୍ତି।
ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଡାକ୍ତରଙ୍କ ଚିକିତ୍ସା ସହିତ ଆୟୁର୍ବେଦିକ ଔଷଧ ବି ଖାଇଛି। ପ୍ରଥମେ ଏସବୁ ମୋ ପାଇଁ ସହଜ ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଦେଖିଲି ମୋର ଶରୀରର ଓଜନ ହ୍ରାସ ହେବା ସହିତ ଫୁଲା ବି କମ ହୋଇଯାଇଥିଲା।
— Navjot Singh Sidhu (@sherryontopp) November 25, 2024
ଆୟୁର୍ବେଦିକ ଡାଏଟ ଦ୍ବାରା ମୁଁ ଖୁବ ଲାଭ ପାଇଛି। ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ। ମୁଁ ଲୋକମାନଙ୍କୁ ପରାମର୍ଶ ଦେବାକୁ ଚାହିଁବି କି ପ୍ରତିଦିନ ସେମାନେ କ’ଣ କ’ଣ ଖାଉଛନ୍ତି ସେଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଖାଦ୍ୟ ପଦାର୍ଥରେ ଅନେକ ପ୍ରକା୍ର ମିଶ୍ରଣ ଆସୁଛି। ମିଶ୍ରଣଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ। କିନ୍ତୁ ମନେ ରଖିବେ ଆୟୁର୍ବେଦିକ ଡାଏଟକୁ ଛାଡ଼ିବେ ନାହିଁ। ଏହାକୁ ଆମ ଜୀବନଶୈଳୀରେ ସର୍ବଦା ସାମିଲ କରି ରଖିଥିବେ।
ଟାଟା କ୍ୟାନସର ହସ୍ପିଟାଲର ଡାକ୍ତର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଣେ ପୂର୍ବତନ କ୍ରିକେଟରଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ସ୍ତ୍ରୀଙ୍କ ସ୍ତନ କର୍କଟ ବିଷୟରେ ଆଲୋଚନା କରୁଛନ୍ତି। ଏଥିରେ ନବଜୋତ ଚିନି ନଖାଇ ହଳଦି ଓ ନିମ୍ବର ସେବନ କରି କର୍କଟ ସେଲସକୁ ନଷ୍ଟ କରାଯାଇପାରିଥିବା ଦାବି କରିଛନ୍ତି। କିନ୍ତୁ ମୁଁ କହିବି ଏଥିରେ କୌଣସି କ୍ଲିନିକାଲ ଡାଟା ନାହିଁ। ଏନେଇ ଗବେଷଣା ଚାଲିଛି।
ମୋର ଆପଣମାନଙ୍କୁ ଅନୁରୋଧ ଏପରି କଥା ଶୁଣି ଆଦୌ ଚିକିତ୍ସାରେ ହେଳା କରନ୍ତୁ ନାହିଁ। ଯଦି କର୍କଟର କୌଣସି ବି ସଙ୍କେତ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଠିକ ସମୟରେ ଚିକିତ୍ସା କରାଇ ନେଲେ କର୍କଟ ଠିକ ହୋଇଯିବାର ଅନେକ ସମ୍ଭାବନା ରହିଛି।’