ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣାର ଅଭିଯୋଗ କରିଥିଲେ ସିନ୍ଧୁ, ଏହି କାମ ନକରିବାକୁ ପରାମର୍ଶ ଦେଲେ ଡାକ୍ତର

ନୂଆଦିଲ୍ଲୀ: ୧୯୮୮ ମସିହା ‘ରୋଡ୍‌ ରେଜ୍‌’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ଏବେ ଜେଲ୍‌ରେ ଅଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ। ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିବା ବେଳେ ଏବେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ସିଦ୍ଧୁ। ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଜଣେ ଅର୍ଥୋପେଡିକ୍ ସର୍ଜନ ଜେଲକୁ ଆସି ସିଦ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଡାକ୍ତର ତାଙ୍କୁ ତଳେ ନଶୋଇବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ଏଭଳି ପରାମର୍ଶ ପରେ ଜେଲ ପ୍ରଶାସନ ସିଦ୍ଧୁଙ୍କ ପାଇଁ ଏକ କାଠ ତିଆରି ଖଟର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ଓଜନ ବୃଦ୍ଧି ପାଇଁ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଥିବା କହିବା ସହ ପ୍ରତିଦିନ ବ୍ୟାୟାମ କରିବାକୁ ସିଦ୍ଧୁଙ୍କୁ କୁହାଯାଇଛି। ଏହା ସହ ତଳେ ଶୋଇଲେ ଉଠିବାରେ କଷ୍ଟ ହେଉଥିବାରୁ ଶୋଇବା ପାଇଁ ତାଙ୍କୁ ଖଟ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍‌ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ ୬୫ ବର୍ଷୀୟ ଗୁର୍‌ନାମ ସିଂହଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ। ଗୁରନାମ ସିଂହଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି।

 

ସମ୍ବନ୍ଧିତ ଖବର