ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ଟୁଇଟ୍‌ କରିବା ପରେ ମଧ୍ୟ ରାଲିରେ ବକ୍ତାଙ୍କ ସୂଚୀରୁ ନାଁ ହଟାଯିବାରୁ ସିଦ୍ଧୁ କହିଲେ; ମୋତେ ମୋ ପ୍ରକୃତ ସ୍ଥାନ ଦେଖାଇ ଦିଆ ଯାଇଛି

ଚଣ୍ଡିଗଡ଼ : ଗତକାଲି ପଞ୍ଜାବର ମୋଗାରେ କଂଗ୍ରେସ ତରଫରୁ ଏକ ରାଲିର ଆୟୋଜନ କରାଯାଇଥିଲା । ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଅଧ୍ୟକ୍ଷ ଏହି ରାଲିର ଆୟୋଜନ କରିଥିବା ବେଳେ ରାଲି ଆରମ୍ଭ ହେବା ପୂର୍ବରୁ ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ଏକ ଟୁଇଟ୍‌ କରିଥିଲେ । ଯେଉଁଥିରେ ସେ ବିଜେପିକୁ କଟାକ୍ଷ କରି ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିଥିଲେ । ତେବେ ଟୁଇଟ୍‌ ପରେ ମଧ୍ୟ ସିଦ୍ଧୁଙ୍କ ସହ ରାଲିରେ ଯାହା କରାଯାଇଥିଲା, ତାହା ତାଙ୍କୁ ତାଙ୍କର ପ୍ରକୃତ ସ୍ଥାନ କେଉଁଠି ତାହା ଦେଖାଇ ଦେଇଛି ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, ଗୁରୁବାର ଆୟୋଜିତ ହୋଇଥିବା ରାଲିରେ ନିଜର ବକ୍ତବ୍ୟ ରଖିବା ପାଇଁ ଅନେକ କଂଗ୍ରେସ ନେତାଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ସେଥିରେ ସିଦ୍ଧୁଙ୍କ ନାଁ ନଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ମୋତେ ମୋର ପ୍ରକୃତ ସ୍ଥାନ ଦେଖାଇ ଦିଆ ଯାଇଛି ବୋଲି କହିଥିଲେ ସିଦ୍ଧୁ । ଏହା ପୂର୍ବରୁ ୨୦୦୪ରେ ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ରାଲିରେ ସିଦ୍ଧୁଙ୍କୁ ଭାଷଣ ଦେବାରୁ ରୋକା ଯାଇଥିଲା । ସେତେବେଳେ ସେ ଅମୃତସରରୁ ବିଜେପିର ସାଂସଦ ଥିଲେ ।

ସମ୍ବନ୍ଧିତ ଖବର