ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଆଜି କରତାରପୁର କରିଡର ଦେଇ ପାକିସ୍ତାନର କରତାରପୁରରେ ପହଞ୍ଚିଥିଲେ। ପାକିସ୍ତାନର କରତାରପୁରରେ ପହଞ୍ଚିବା ପରେ ନବଜୋତ ସିଂ ସିଦ୍ଧୁ କହିଥିବା କଥା ଏବେ ଚର୍ଚ୍ଚାରେ ରହିଛି। ସେଠାରେ ‌ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜର ବଡ଼ ଭାଇ ବୋଲି କହିବା ସହ ଇମ୍ରାନ ଖାନ ତାଙ୍କୁ ବହୁତ ଭଲ ପାଇବା ଦେବା କଥା କହିଥିଲେ। ତାଙ୍କର ଏହି କଥା ଏବେ ବିରୋଧୀଙ୍କୁ ସମାଲୋଚନା କରିବାର ଖୋରକ ଯୋଗାଇଛି।

Advertisment

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ନବଜୋତ ସିଂ ସିଦ୍ଧୁଙ୍କୁ ସମାଲୋଚନା କରିଥିବା ଦେଖାଯାଇଛି। ସେ ସିଦ୍ଧୁଙ୍କ ଏଭଳି କଥାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସମ୍ବିତ ପାତ୍ର କହିଛନ୍ତି ଯେ, ସେ ଯାହା ଭୟ କରୁଥିଲେ ତାହା ଘଟିଲା। ନବଜୋତ ସିଂ ସିଦ୍ଧୁ ନିଜେ ଏଭଳି କହିନାହାନ୍ତି। ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ନବଜୋତ ସିଂ ସିଦ୍ଧୁ ଇମ୍ରାନ ଖାନଙ୍କୁ ତାଙ୍କ ବଡ଼ ଭାଇ ବୋଲି କହିଛନ୍ତି।

publive-image www.aajtak.in

ତେବେ ଶତ୍ରୁ ଦେଶର ମୁଖ୍ୟଙ୍କୁ ନେଇ ସିଦ୍ଧୁଙ୍କ ଏଭଳି ବୟାନ ଆଗକୁ କି ଝଡ଼ ସୃଷ୍ଟି କରୁଛି, ତାହା ଦେଖିବାକୁ ବାକି ରହିଲା।