ଇସ୍ତଫା ଡ଼ରରେ ସ୍ୱର ବଦଳାଇଲେ ସିଦ୍ଧୁ : ଅମ୍ରିନ୍ଦର ସିଂହ ମୋ ଠାରୁ ବଡ଼ ଏବଂ ମୁଁ ସବୁ ବେଳେ ତାଙ୍କ ସହ ରହିଛି

ନୂଆଦିଲ୍ଲୀ : ସବୁ ବେଳେ ନିଜ ବିବଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁ । ପ୍ରଥମେ ପ୍ରଥମେ ବିପକ୍ଷ ଦଳ ବିରୋଧରେ ବୟାନବାଜି କରିବା ପରେ ଧିରେ ଧିରେ ସେ ନିଜ ଦଳର ନେତାମାନଙ୍କ ବିପକ୍ଷରେ କହିବା ଆରମ୍ଭ କରିଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ବିରୋଧରେ ବୟାନ ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ସିଦ୍ଧୁ । ଯାହା ପରେ ଦଳର ବିଭିନ୍ନ ନେତା ତାଙ୍କର ଇସ୍ତଫା ଦାବି କରିଥିଲେ । ତେବେ ପରିସ୍ଥିତି ଦେଖି ସିଦ୍ଧୁ ନିଜର ସ୍ୱର ବଦଳାଇ ଦେଇଥିବା ଦେଖା ଯାଇଛି ।

punjabkesari.in

ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି, “କ୍ୟାପ୍‌ଟେନ୍‌ ମୋ ଠାରୁ ବଡ଼ ଏବଂ ମୁଁ ସବୁବେଳେ ତାଙ୍କ ସହ ଛିଡ଼ା ହୋଇ ରହିବି । ମୁଁ କେବେ କାହା ଉପରେ ଆଙ୍ଗୁଠି ଉଠାଇ ନାହିଁ ଏବଂ କଂଗ୍ରେସର କୌଣସି କାର୍ଯ୍ୟକର୍ତ୍ତା ବିରୋଧରେ କିଛି କହି ନାହିଁ” ବୋଲି କହିଛନ୍ତି ସିଦ୍ଧୁ । ତାଙ୍କର ଏଭଳି ବୟାନ ଶୁଣିବା ପରେ ଇସ୍ତଫା ଡ଼ରରେ ସେ ନିଜର ସ୍ୱର ବଦଳାଇ ଦେଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ସମ୍ବନ୍ଧିତ ଖବର