ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ନବ୍ଜୋତ ସିଂହ ସିଦ୍ଧୁ ଏଇ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଭାରତ-ପାକ୍ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ସିଦ୍ଧୁ । ପୁଲଓ୍ଵାମା ଆକ୍ରମଣକୁ ନେଇ ସେ ଦେଇଥିବା ବୟାନ ତାଙ୍କୁ ଭାରୀ ପଡ଼ିଥିଲା । କମେଡି ସୋ’ର ଜଜ୍ ପଦରୁ ତାଙ୍କୁ ହଟାଇ ଦିଆଯିବା ସହ ପାକିସ୍ତାନକୁ ପଠାଇ ଦିଆଯାଉ ବୋଲି ମଧ୍ୟ ଲୋକେ ଦାବି କରିଥିଲେ । ତେବେ ଏ ସବୁ ମଧ୍ୟରେ ସେ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଟୁଇଟ୍ରରେ ତାଙ୍କ ଫଲୋଅର୍ସ ସଂଖ୍ୟା ୫ଲକ୍ଷରେ ପହଞ୍ଚିଥିବା ବେଳେ ସେ ଏହି ରେସ୍ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମଧ୍ୟ ପଛରେ ପକାଇଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସିଦ୍ଧୁ ଏବେ ପଞ୍ଜାବର ଲୋକପ୍ରିୟ ନେତା ପାଲଟି ଯାଇଛନ୍ତି ।
/sambad/media/post_attachments/wp-content/uploads/2019/03/navjot-1544084360-300x225.jpg)
ସୂଚନା ମୁତାବକ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମାର୍ଚ୍ଚ ୨୦୧୧ରେ ଟୁଇଟର ଆକାଉଣ୍ଟ ଖୋଲିଥିବା ବେଳେ ଏବେ ତାଙ୍କ ଫଲୋଅର୍ସ ସଂଖ୍ୟା ୪.୮୫ଲକ୍ଷ ଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ୩ମାସ ପୂର୍ବରୁ ନିଜ ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ୍ କରିଥିବା ସିଦ୍ଧୁଙ୍କ ଫଲୋଅର୍ସ ସଂଖ୍ୟା ଶନିବାର ସୁଦ୍ଧା ୫.୧୮ଲକ୍ଷରେ ପହଞ୍ଚି ଥିବା ଜଣାପଡ଼ିଛି ।