ଚଣ୍ଡୀଗଡ଼:ପଞ୍ଜାବ ମନ୍ତ୍ରିମଣ୍ଡଳରୁ ନବଜୋତ ସିଂହ ସିଦ୍ଧୁ ଆଜି ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ନିଜ ଟୁଇଟରରେ ସିଦ୍ଧୁ  ଲେଖିଛନ୍ତି, ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ର ମଧ୍ୟ ସେ ଟୁଇଟରରେ ସେୟାର କରିଛନ୍ତି ।

Advertisment


ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ହେବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ନବଜୋତ ସିଂହ ସିଦ୍ଧୁଙ୍କର ତୀବ୍ର ମତଭେଦ ଲାଗି ରହିଥିଲା। ବିଶେଷକରି ପଞ୍ଜାବର ପୂର୍ବତନ ବିଧାୟକ ତଥା ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କୁ ଗତ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍‌ ଦେଇନଥିବା ହେତୁ ଏହା ପଛରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ହାତ ଥିବା ସନ୍ଦେହ କରିଥିଲେ ନବଜୋତ ସିଂହ ସିଦ୍ଧୁ। ସେ ନିଜର ବିଭାଗ ବଦଳାଯାଇଥିବା ଯୋଗୁଁ ବି ଅସନ୍ତୁଷ୍ଟ ଥିଲେ।