ପୁଲଓ୍ଵାମା ଆକ୍ରମଣର ଜବାବ ଭାରତ ଦେବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ସିଦ୍ଧୁ

ନୂଆଦିଲ୍ଲୀ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୨ଦିନ ପରେ ଭାରତ ଆଜି ପାକିସ୍ତାନକୁ ଉଚିତ୍‌ ଜବାବ ଦେଇଛି । ପୁଲଓ୍ଵାମା ଆକ୍ରମଣ ପରେ ପରେ ଭାରତବାସୀ ପ୍ରତିିଶୋଧରେ ନିଆଁରେ ଜଳୁଥିବା ବେଳେ ଆଜି ସବୁ ଭାରତବାସୀଙ୍କ ମନକୁ ଶାନ୍ତି ମିଳିଛି । ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଭାରତ-ପାକ୍‌ର ନିୟନ୍ତ୍ରଣ ରେଖାକୁ ପାର୍‌ କରି ପାକିସ୍ତାନରେ ଥିବା ଜୈସ୍‌-ଏ-ମହମ୍ମଦର ଅଡ଼୍ଡାକୁ ଧ୍ୱଂସ କରିବାରେ ସଫଳ ହୋଇଥିବା ବେଳେ ଏହି ଏୟାର ଷ୍ଟ୍ରାଇକ୍‌ରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏୟାର ଷ୍ଟ୍ରାଇକ୍‌ର ଖବର ପ୍ରସାର ହେବା ପରେ ଆକ୍ରମଣକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ । ବାୟୁସେନାର ପରାକ୍ରମକୁ ପ୍ରଂଶସା କରି ସିଦ୍ଧୁ ଦୁଇଟି ଟୁଇଟ୍‌ କରିଛନ୍ତି ।

ଗୋଟେ ଟୁଇଟ୍‌ରେ, “ଭୁଲ୍‌ ଠିକ୍‌ର ଯୁଦ୍ଧରେ ଆପଣ ତଟସ୍ଥ  ହୋଇ ରହି ପାରିବେ ନାହିଁ । ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇ ସାରିଛି । ସାବାସ୍‌ ଭାରତୀୟ ବାୟୁସେନା, ଜୟ ହିନ୍ଦ୍‌” ବୋଲି ଲେଖିଥିଲେ ।

ଏହା ପରେ ସେ ଆଉ ଏକ ଟୁଇଟ୍‌ କରି, “ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ । ସାପ ଯେତେବେଳେ କାମୁଡ଼େ, ତାହାର ଆଣ୍ଟଟୋଡ୍‌ ବିଷ ହିଁ ହୋଇଥାଏ । ଆତଙ୍କବାଦୀଙ୍କ ବିନାଶ ଅନିର୍ବାୟ ଅଟେ । ଭାରତୀୟ ବାୟୁସେନା କି ଜୟ ହୋ, ଜୟ ହିନ୍ଦ୍‌, ଜୟ ହିନ୍ଦ୍‌ କି ସେନା” ବୋଲି ଲେଖିଥିଲେ । ଏହା ପୂର୍ବରୁ ପୁଲଓ୍ଵାମା ଆକ୍ରମଣ ପରେ ପରେ ନିଜର ବିବାଦୀୟ ବୟାନ ପାଇଁ ଫସିଥିଲେ ସିଦ୍ଧୁ । ଯାହା ପାଇଁ ତାଙ୍କୁ ଭାରତରୁ ବାହାର କରିବା ପାଇଁ ଲୋକେ କହିବା ଆରମ୍ଭ କରିବା ସହ କମେଡି ସୋ’ରୁ ମଧ୍ୟ ବାହାର କରି ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର