ନୂଆଦିଲ୍ଲୀ: ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇ ପଞ୍ଜାବ ସରକାରରେ ମନ୍ତ୍ରୀ ହେବା ପରେ ସେହି ପଦରୁ ବିତାଡ଼ିତ ହୋଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଛି ପୁଣି ଏକ ବଡ଼ ଦାୟିତ୍ୱ । କଂଗ୍ରେସ ଦିଲ୍ଲୀ ନିର୍ବାଚନ ପାଇଁ ଯେଉଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି, ସେଥିରେ ନବଜୋତ ସିଂହ ସିଦ୍ଧୁଙ୍କ ନାଆଁ ରହିଛି।
ଷ୍ଟାର୍ ପ୍ରଚାରକ ତାଲିକାରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ନାମ ବି ରହିଛି। ଏତଦବ୍ୟତୀତ ଶତ୍ରୁଘ୍ନ ସିହ୍ନା, ଉଦିତରାଜ, କୀର୍ତ୍ତି ଆଜାଦ ପ୍ରମୁଖଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି। ଆହୁରି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ଯେ, ଦିଲ୍ଲୀ ନିର୍ବାଚନ ପରେ କଂଗ୍ରେସ ନେତୃତ୍ୱ ସିଦ୍ଧୁଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିପାରେ ।
ଅପରପକ୍ଷରେ ଶିରୋମଣି ଅକାଳୀ ଦଳ (ଟକସାଲି) ନବଜୋତ ସିଂହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅଫର୍ ଦେଇଛି। ଶିରୋମଣି ଅକାଳୀ ଦଳ (ଟକସାଲି) ପକ୍ଷରୁ ସିଦ୍ଧୁଙ୍କୁ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରାଯାଇଛି। ଦଳର ନେତା ରଣଜିତ ସିଂହ ବ୍ରହ୍ମପୁରା ପ୍ରଥମେ ଏଥିଲାଗି ସିଦ୍ଧୁଙ୍କୁ ପ୍ରସ୍ତାବ ଦେଇଥିଲେ।/sambad/media/post_attachments/81e6055103243536095e9bd936d9a59598409ba0303e0a4fc8ffe683c4b0b240.jpeg)
ତାଙ୍କ ପରେ ଏବେ ପୂର୍ବତନ ମନ୍ତ୍ରୀ ତଥା ଦଳର ସାଧାରଣ ସଂପାଦକ ସେବା ସିଂହ କହିଛନ୍ତି ଯେ, ଶିଖ ସଂସ୍ଥାମାନଙ୍କୁ ବାଦଲଙ୍କ କବଳରୁ ମୁକ୍ତ କରିବା ହେଉଛି ଦଳର ମୂଳ ଉଦ୍ଦେଶ୍ୟ। ତେଣୁ ସିଦ୍ଧୁଙ୍କ ଭଳି ନେତା ଦଳକୁ ଆସିବା ଦରକାର ଏବଂ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଲେ ଭଲ ହେବ ବୋଲି ସେ କହିଛନ୍ତି। କିନ୍ତୁ ଏସଂପର୍କରେ ନବଜୋତ ସିଂହ ସିଦ୍ଧୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/navjot-sidhunew_jagran.jpg)