ପୁଣି ବିବାଦୀୟ ବୟାନ ଦେଲେ ସିଦ୍ଧୁ : ଆପଣଙ୍କର ଗୋଟିଏ ଭୁଲ ଭୋଟ୍‌ ଆପଣଙ୍କୁ ଚା’ବାଲା, ପକୁଡ଼ିବାଲା ବା ଚୌକିଦାର କରିପାରେ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଟାକ୍ଷ କରିଛନ୍ତି । କିନ୍ତୁ ଏଥର କୌଣସି ଜନସଭାରେ ଲୋକଙ୍କୁ ସମ୍ବୋଧନ ନ କରି ଟୁଇଟ୍‌ରରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ସିଦ୍ଧୁ ।

Mid-Day

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରେ ପରେ ନିଜ ଦଳର ସମର୍ଥକ ଆହରି ବଢ଼ାଇବା ପାଇଁ ସିଦ୍ଧୁ ଟୁଇଟ୍‌ କରି, ଆପଣଙ୍କ ଗୋଟେ ଭୁଲ ଆପଣଙ୍କୁ ଚା’ବାଲା, ପକୁଡ଼ିବାଲା ବା ଚୌକିଦାର କରିପାରେ । ପରେ ପଶ୍ଚାତାପ କରିବା ଅପେକ୍ଷା ଏବେ ଭୁଲ ଲୋକକୁ ଭୋଟ୍‌ ନ ଦେଇ ଠିକ୍‌ ଲୋକଙ୍କୁ ଭୋଟ୍‌ ଦିଅନ୍ତୁ ବୋଲି ଲେଖିଛନ୍ତି । ତାଙ୍କର ଏଭଳି ଟୁଇଟ୍‌ ପରେ ବିଜେପି ସମର୍ଥକମାନେ ପୁଣି ଥରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ଜନସଭାରେ ଏବଂ ବ୍ୟକ୍ତିଗତ ଭାବରେ ସିଦ୍ଧୁ ମୋଦୀଜୀଙ୍କୁ ଟାର୍ଗେଟ କରି ସାରିଛନ୍ତି । ବିଶେଷ କରି ପୁଲଓ୍ଵାମା ଆକ୍ରମଣ ପରେ ପରେ ସେ ମୋଦୀଙ୍କ ବିପକ୍ଷରେ କହି ବିବାଦକୁ ଆସିଥିଲେ ।

ସମ୍ବନ୍ଧିତ ଖବର