ସିଦ୍ଧୁ ପାକିସ୍ତାନରେ କିଣିଲେ ଜୋତା, ସେନାଧ୍ୟକ୍ଷ ବାଜବାଙ୍କୁ ଆଲିଙ୍ଗନ୍‌ କରିବା ନେଇ ଦେଲେ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ପାକିସ୍ତାନ ପହଞ୍ଚି ଥିବା ଭାରତର ପୂର୍ବତନ କ୍ରିକେଟର ଓ ପଞ୍ଜାବ ସରକାରରେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଲାହେରରେ କିଣାକିଣି କରିଛନ୍ତି। ଏହା ପରେ ସେ ଓ୍ଵାଘା ସୀମା ଦେଇ ନିଜ ଜନ୍ମମାଟିକୁ ଫେରିଛନ୍ତି। ଭାରତ ଫେରିବା ପୂର୍ବରୁ ସିଦ୍ଧୁ ଲାହୋରର ଏକ ଦୋକାନରେ ଜୋତା କିଣିବାକୁ ଯାଇଥିଲେ। ଗାଢ଼ ନୀଳ ରଂଗର ସୁଟ୍‌ ଓ ଏକ ସବୁଜ ରଙ୍ଗର ପଗଡ଼ି ପିନ୍ଧି ସିଦ୍ଧୁ ଲାହୋର ବଜାରରେ ବହୁ ଜିନିଷ କିଣିଛନ୍ତି।

ସିଦ୍ଧୁଙ୍କ ପାକିସ୍ତାନ ଗସ୍ତ ବିବାଦୀୟ ରହିଛି। ପ୍ରଥମରୁ ସେଠାକୁ ଯାଇ ପାକିସ୍ତାନର ସେନାଧ୍ୟକ୍ଷ କମର ଜାଭେଦ ବାଜବାଙ୍କୁ କୁଣ୍ଡାଇ ଧରିବାକୁ ନେଇ ବିରୋଧୀମାନେ କଡ଼ା ସମାଲୋଚନା କରିଛନ୍ତି। କିନ୍ତୁ ସିଦ୍ଧୁ ପାକ୍‌ ଆର୍ମିଙ୍କୁ କୁଣ୍ଡାଇ ଧରିବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି ଯେ, ଯଦି ଆପଣଙ୍କ ପାଖକୁ (ପାକ ଆର୍ମି ଚିଫ ବାଜବା) ଆସନ୍ତି ଓ କୁହନ୍ତି ଆରମ ସଂସ୍କୃତି ଏକ ଅଟେ। ଆମେ ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶ ପର୍ବରେ କରତାରପୁର ବୋର୍ଡର ଖୋଲିଦେବା, ତା’ହେଲେ ମୁଁ କ’ଣ କରିଥାନ୍ତି?

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପାକିସ୍ତାନ ଅଧୀକୃତ କଶ୍ମୀରର ରାଷ୍ଟ୍ରପତି ମସୁଦ ଖାନଙ୍କ ସହିତ ପ୍ରଥମ କଥାରେ ସ୍ପଷ୍ଟିକରଣ ଦେଇଛନ୍ତି ସିଦ୍ଧୁ। ସେ କହିଛନ୍ତି, ଆପଣଙ୍କୁ ଯଦି କେଉଁଠି ଅତିଥି ଭାବରେ ଆମନ୍ତ୍ରଣ କରାଯାଏ, ତା’ହେଲେ କ’ଣ ଯେଉଁଠାରେ ସିଟ୍‌ର ବ୍ୟବସ୍ଥା କରାଯାଇଥିବ ସେଇଠି ବସିଥିବେ। ମୁଁ ଶପଥ ଗ୍ରହଣ ସମାରୋହରେ ଅନ୍ୟ କୌଣସି ଏକ ସିଟ୍‌ରେ ବସିଥିଲି କିନ୍ତୁ ମୋତେ ସେଠାରୁ ଅନ୍ୟସ୍ଥାନରେ ବସିବାକୁ କୁହାଯାଇଥିଲା।

ଇମ୍ରାନଙ୍କ ଶପଥ ଗ୍ରହଣରେ ସାମିଲ ହେବା ନେଇ ଭାରତୀୟ ଜନତା ପାର୍ଟି ସିଦ୍ଧୁଙ୍କୁ ଟାର୍ଗେଟ କରିଛି। ବିଜେପି ନେତା ଓ ହରିଆଣା ମନ୍ତ୍ରୀ ଅନିଲ ଭିଜ କହିଛନ୍ତି, ସମଗ୍ର ଦେଶରେ ଯେତେବେଳେ ଶୋକ ପାଳନ କରାଯାଉଛି, ସିଦ୍ଧୁ ପାକିସ୍ତାନରେ ଶପଥ ଗ୍ରହଣ ସମାରୋହରେ ଭାଗ ନେଇଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ଅପରାଧ କରିଛି। ସିଦ୍ଧୁଙ୍କୁ ଦଳରୁ ବହିଷ୍କାର କରାଯିବା ଦରକାର।

ସମ୍ବନ୍ଧିତ ଖବର