ସିଦ୍ଧୁଙ୍କୁ ଅଣଦେଖା: କର୍ତାରପୁର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ଥିବା କଂଗ୍ରେସ ପ୍ରତିନିଧି ଦଳରୁ ବାଦ୍‌ ପଡ଼ିଲେ

ନୂଆଦିଲ୍ଲୀ: କର୍ତାରପୁର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା କଂଗ୍ରେସର ବରିଷ୍ଠ ନେତା ନବଜୋତ୍‌ ସିଂହ ସିଦ୍ଧୁ କରିଡର୍‌ ଉଦଘାଟନୀ ଉତ୍ସବରେ କଂଗ୍ରେସର ପ୍ରତିନିଧି ଦଳ ସହ ମିଶି ଯୋଗ ଦେବେ ନାହିଁ ବୋଲି ଜାଣିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହ, ଜୋତିରାଦିତ୍ୟ ସିନ୍ଧିୟା, ଆର୍‌ପିଏନ୍‌ ସିଂହ, ଆଶା କୁମାରୀ, ରଣଦୀପ ସିଂହ ସୁରଜେଓ୍ଵାଲା, ଦିପେନ୍ଦର ସିଂହ ହୁହ୍ଡା ଏବଂ ଜିତିନ ପ୍ରସାଦ କର୍ତାରପୁର କରିଡର୍‌ର ଉଦ୍‌ଘାଟନୀ ଉତ୍ସବରେ ଦଳପକ୍ଷରୁ  ଉପସ୍ଥିତ ରହିବେ।

India Today

କର୍ତାରପୁର ଶିଳାନାସ୍ୟ ଉତ୍ସବରେ ସିଦ୍ଧୁ ନିମନ୍ତ୍ରିତ ହେବାର କାରଣ ଥିଲା ଭିନ୍ନ। ସେ ସେସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଶଂସା କରି କହିଥିଲେ ଯେ ‘କର୍ତାରପୁର କରିଡର ଉପରେ ଯଦି ଇତିହାସ ଲେଖାଯିବ ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମ ପ୍ରଥମ ପୃଷ୍ଠାରେ ରହିବ।’

ତାଙ୍କର ପାକିସ୍ତାନ ଗସ୍ତ ସେତେବେଳେ ବହୁ ବିବାଦୀୟ ହୋଇଥିଲା। କାହିଁକି ନା, ସୋସିଆଲ୍‌ ମିଡିଆରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୋପାଲ ସିଂହ ଚାଓ୍ଵଲାଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର