ପୁଲଓ୍ଵାମା ପରେ ଏବେ ସୁଷମା ସ୍ୱରାଜଙ୍କ ଏହି ଟୁଇଟ୍‌ ଉପରେ ନିଜର ମତ ରଖି ଫସିଲେ ସିଦ୍ଧୁ

ନୂଆଦିଲ୍ଲୀ : ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ସାରା ଭାରତବାସୀ ପାକିସ୍ତାନକୁ ବିରୋଧ କରିବା ଆରମ୍ଭ କରିଥିଲେ । ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କଲା ଭଳି ମତ ରଖି ବିବାଦରେ ଫସିଥିଲେ । ପୁଲଓ୍ଵାମା ଆକ୍ରମଣକୁ ନେଇ ତାଙ୍କର ପ୍ରତିକ୍ରିୟା ଆସିବା ପରେ ତୁରନ୍ତ ତାଙ୍କୁ କମେଡି ସୋ’ରୁ ବାହାର କରି ଦିଆଯିବା ସହ ଦେଶରୁ ବାହାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ।

ବିବାଦଟି ଧୀରେ ଧୀରେ ଥମି ଆସୁଥିବା ବେଳେ ଏବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟାର୍ଗେଟ କରି ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ସିଦ୍ଧୁ । ସୁଷମା ସ୍ୱରାଜ କିଛି ଦିନ ତଳେ ଏକ ଟୁଇଟ୍‌ କରି, ‘ଆମର ଲଢ଼େଇ ପାକିସ୍ତାନ ବିରୋଧରେ ନୁହେଁ, ବରଂ ସେଠାରେ ରହୁଥିବା ଆତଙ୍କବାଦୀଙ୍କ ବିରୋଧରେ’ ବୋଲି ଲେଖିଥିଲେ । ସୁଷମାଙ୍କ ଏହି ଟୁଇଟ୍‌କୁ ଟାର୍ଗେଟ କରି ସିଦ୍ଧୁ ଏକ ଟୁଇଟ୍‌ କରିଥିଲେ ।

jansatta.com

ଟୁଇଟ୍‌ କରି ‘କ୍ୟୁଁ ଭକ୍ତୋ??’ ବୋଲି ଲେଖିଥିଲେ । ସିଦ୍ଧୁ ଏଭଳି ଟୁଇଟ୍‌ କରିବା ପରେ, ସୁଷମାଙ୍କ ଟୁଇଟ୍‌ର ଉଦାହରଣ ଦେଇ ସେ ପୁଲଓ୍ଵାମା ଆକ୍ରମଣକୁ ନେଇ ପୂର୍ବରୁ ଦେଇଥିବା ପ୍ରତିକ୍ରିୟାକୁ ଠିକ୍‌ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ଜାଣି ଲୋକେ ତାଙ୍କୁ ପୁଣି ଟ୍ରୋଲ କରିଛନ୍ତି । ସୁଷମାଙ୍କ ଟୁଇଟ୍‌କୁ କୁଟନୈତିକ ଆଧାରରେ ଲୋକମାନେ ଠିକ୍‌ ବୋଲି କହିବା ସହ ସିଦ୍ଧୁଙ୍କୁ ପୁଣି ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି ।

ସମ୍ବନ୍ଧିତ ଖବର