ନୂଆଦିଲ୍ଲୀ: ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କର ଜାମିନ ଆବେଦନ ଶୁଣାଣି ଲାଗି ମୁମ୍ବାଇର ଏକ ସେସନ୍ କୋର୍ଟ ଆଜି ଆଉ ଏକ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ଆଜି ଶୁଣାଣି ହୋଇପାରିନଥିବା କୁହାଯାଉଛି। ବୁଧବାର ଦିନ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେଣୁ, ସେପର୍ଯ୍ୟନ୍ତ ରାଣା ଦମ୍ପତି ଜେଲ୍ରେ ରହିବେ।
ସ୍ମରଣଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବାନ୍ଦ୍ରାସ୍ଥିତ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ସର୍ବସାଧାରଣରେ ଘୋଷଣା କରିବା ପରେ ଏପ୍ରିଲ୍ ୨୩ ତାରିଖରେ ଦୁହିଁଙ୍କୁ ଗିରଫ କରାଯାଇଥିଲା।
