ତାମିଲନାଡୁରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସମୁଦ୍ରରେ ପ୍ରହରା କଡାକଡି କଲା ନୌସେନା

କୋଏମ୍ବାଟୁର : ପାକ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୬ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ସମୁଦ୍ର ପଥ ଦେଇ ତାମିଲନାଡୁରେ ପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସତର୍କ ହୋଇଉଠିଛି ଭାରତୀୟ ନୌସେନା । ନୌସେନା ପକ୍ଷରୁ ତାମିଲନାଡୁ ଓ କେରଳ ଉପକୂଳରେ ପାଟ୍ରୋଲିଂ ବଢାଇଦିଆଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ତାମିଲନାଡୁରେ ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବଢାଇଦିଆଯାଇଛି । ଗତ ଦୁଇଦିନ ଧରି ତାମିଲନାଡୁ କମାଣ୍ଡୋ ଫୋର୍ସ ପକ୍ଷରୁ କୋଏମ୍ବାଟୁରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସେହିପରି ପଡୋଶୀ ଦେଶ କେରଳରେ ମଧ୍ୟ ସୁରକ୍ଷାବ୍ୟବସ୍ଥାକୁ ବଢେଇଦିଆଯାଇଛି । ବିଶେଷକରି ମନ୍ଦିର, ମସଜିଦ ଓ ଚର୍ଚ୍ଚ ପରି ଧର୍ମାନୁଷ୍ଠାନ ଗୁଡ଼ିକରେ ସୁରକ୍ଷା କଡାକଡି କରାଯାଇଛି ।

ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ପ୍ରତ୍ୟାହାର  କରିବା ପରେ ପାକିସ୍ତାନ ପୁଣି ଥରେ ଆତଙ୍କବାଦର ଆଶ୍ରୟ ନେବାକୁ ଯାଉଛି । ଭାରତରେ ବଡ଼ ଧରଣର ଆତଙ୍କବାଦୀ  ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ଗୁଡ଼ିକ ରିପୋର୍ଟ ଦେଇଛନ୍ତି ।

ସମ୍ବନ୍ଧିତ ଖବର