ବିନା ଅନୁମତିରେ ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍‌ର ଜଳ ଜାହାଜ ସି ୟାନ୍‌- ୧; ଘଉଡ଼ାଇ ଦେଲା ନୌସେନା

ନୂଆଦିଲ୍ଲୀ: ଚୀନ୍‌ର ଏକ ଜଳ ଜାହାଜ ସି ୟାନ୍‌- ୧ ଗତ ସେପ୍ଟେମ୍ବର ମାସରେ ସମସ୍ତ ଅନ୍ତର୍ଜାତିକ ନୀତି ନିୟମକୁ ଉଲ୍ଲଂଘନ କରି ବିନା ଅନୁମତିରେ ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ବୋଲି ଆଜି କହିଛନ୍ତି ଭାରତୀୟ ନୈସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ। ଭାରତୀୟ ଜଳସୀମାର ଆଣ୍ଡାମାନ ନିକୋବାର ନିକଟବର୍ତ୍ତୀ ପୋର୍ଟ ବ୍ଲେୟାର ନିକଟରେ ଚୀନ୍‌ର ଏହି ଜଳ ଜାହାଜ ସି ୟାନ୍‌- ୧କୁ ଭାରତୀୟ ନୌସେନା ଠାବ କରିବା ପରେ ଏହାକୁ ଭାରତୀୟ ଜଳସୀମା ମଧ୍ୟରୁ ଘଉଡ଼ାଇ ଦେଇଥିବା କହିଛନ୍ତି ଭାରତୀୟ ନୈସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ।

ANI

ଆସନ୍ତା ଡିସେମ୍ବର ୪ ତାରିଖରେ ପାଳିତ ହେବାକୁଥିବା ନ୍ୟାଭି ଡେ’ର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି ଭାରତୀୟ ନୈସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ କହିଛନ୍ତି ଯେ ନିୟମ ଅନୁଯାୟୀ ଦେଶର ଜଳସୀମା ମଧ୍ୟରେ ରହିଥିବା ଯଦି କୌଣସି ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ମଧ୍ୟକୁ ଯଦି କୌଣସି ଅନ୍ୟ ରାଷ୍ଟ୍ରର ଜାହାଜ ପ୍ରବେଶ କରେ, ତେବେ ସେଥିପାଇଁ ଆଗରୁ ସୂଚନା ଦେବା ସହ ଅନୁମତି ନେବାର ଆବଶ୍ୟକତା ରହିଛି। ତେବେ, ଏସବୁକୁୂ ଉଲ୍ଲଂଘନ କରି ଚୀନ୍‌ର ଏକ ଜଳ ଜାହାଜ ସି ୟାନ୍‌- ୧ ଗତ ସେପ୍ଟେମ୍ବର ମାସରେ ଭାରତ ମହାସାଗର ଅନ୍ତର୍ଗତ ଭାରତୀୟ ଜଳସୀମାର ଆଣ୍ଡାମାନ ନିକୋବାର ନିକଟବର୍ତ୍ତୀ ପୋର୍ଟ ବ୍ଲେୟାର ନିକଟକୁ ଆସି କିଛି ସନ୍ଦେହଜନକ କାର୍ଯ୍ୟରେ ଲିପ୍ତ ରହିଥିଲା।

ଏଘଟଣା ଭାରତୀୟ ନୌସେନା ଦୃଷ୍ଟିକୁ ଆସିବା ପରେ ନୌସେନା ଏହାକୁ ଭାରତୀୟ ଜଳସୀମା ମଧ୍ୟରୁ ଘଉଡ଼ାଇ ଦେଇଥିବା କହିଛନ୍ତି ଭାରତୀୟ ନୈସେନା ମୁଖ୍ୟ ଆଡ୍‌ମିରାଲ କରମ୍‌ବୀର ସିଂହ।

ସମ୍ବନ୍ଧିତ ଖବର