ଆଜିଠାରୁ ଋଷ ଗସ୍ତରେ ଯାଉଛନ୍ତି ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା

ନୂଆଦିଲ୍ଲୀ : ଭାରତୀୟ ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା  ନଭେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଋଷ ଗସ୍ତ କରିବେ । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଋଷ ସହିତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ବନ୍ଧକୁ ସୁଦୃଢ଼ କରିବା ସହିତ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ନୂତନ ବିକଳ୍ପର ଅନୁସନ୍ଧାନ କରିବା । ନୌସେନା ପ୍ରମୁଖ  ନଭେମ୍ବର ୨୬କୁ ସେଣ୍ଟ ପିଟର୍ସବର୍ଗରୁ ନିଜର ଅଧିକାରୀଙ୍କ ସହ ଯାତ୍ରାର ଶୁଭାରମ୍ଭ କରିବେ ଏବଂ ସେ ନିଜର ସମକକ୍ଷ ଋଷ ଫେଡେରେସନ ନୌସେନା ର କମାଣ୍ଡର-ଇନ-ଚିଫ ଆଡମିରାଲ ଭ୍ଲାଦିମିର କୋରୋଲେବଙ୍କ ସହିତ ଦ୍ୱିପାକ୍ଷିକ ଚର୍ଚ୍ଚା କରିବେ । ଆଡମିରାଲ ଲାମ୍ବା ‘ସିଜ ଅଫ ଲେନିନଗ୍ରେଦ’ର ପୀଡ଼ିତଙ୍କୁ ସମର୍ପିତ ପିସ୍କୋରେବ ମେମୋରିଆଲ କବରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ନାଖିମୋବ ନୌସେନା ସ୍କୁଲ ଏବଂ ଆଡମିରାଲଟି ସିପୟାର୍ଡକୁ ମଧ୍ୟ ଗସ୍ତ କରିବେ । ଆଡମିରାଲ ଲାମ୍ବା ମସ୍କୋରେ ଚିଫ ଅଫ ଜେନେରାଲ ଷ୍ଟାଫ ଏବଂ ଋଷର ପ୍ରଥମ ଉପ-ରକ୍ଷା ମନ୍ତ୍ରୀ, ଜେନେରାଲ ବିବି ଗ୍ୟାରସିମୋଭ ଏବଂ ଋଷର ସୈନ୍ୟ ବୈଷୟିକ ସହଯୋଗର ଫେଡେରାଲ ସର୍ଭିସର ନିର୍ଦ୍ଦେଶକ ଶ୍ରୀ ଦିମିତ୍ରୀ ସୁଗେବଙ୍କ ସହିତ ମଧ୍ୟ ବାର୍ତ୍ତାଳାପ କରିବେ । ଆଡମିରାଲ ଲାମ୍ବା ଋଷର ସଶସ୍ତ୍ର ବଳର ଜେନେରାଲ ଷ୍ଟାଫଙ୍କ ସୈନ୍ୟ ଏକାଡେମୀ ଗସ୍ତ କରିବେ ଏବଂ ‘ସାମୁଦ୍ରିକ ସୁରକ୍ଷା ନେଇ ଭାରତୀୟ ନୌସେନାର ପରିପ୍ରେକ୍ଷ’ ଉପରେ ବିଚାର ବିମର୍ଶ କରିବେ ।

ଭାରତୀୟ ନୌସେନା ଅନେକ ମଞ୍ଚରେ ଋଷ ନୌସେନା ସହିତ ସହଯୋଗ କରିଥାଏ, ଯେଉଁଥିରେ ନୌସେନା ଷ୍ଟାଫ ବାର୍ତ୍ତା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପରିଚାଳନା, ବାର୍ତ୍ତାଳାପ, ପ୍ରଶିକ୍ଷଣ, ହାଇଡ୍ରୋଗ୍ରାଫି ସହଯୋଗ ଏବଂ ବିଷୟ ବସ୍ତୁ ବିଶେଷଜ୍ଞଙ୍କ ଆଦାନ ପ୍ରଦାନ ସାମିଲ ରହିଛି । ଏତଦବ୍ୟତୀତ ଭାରତୀୟ ଏବଂ ଋଷ ନୌସେନା 2003ରୁ ଦ୍ୱିପାକ୍ଷିକ ସାମୁଦ୍ରିକ ଅଭ୍ୟାସ ‘ଇନ୍ଦ୍ର ନାଭି’ର ଆୟୋଜନ କରୁଛନ୍ତି ଏବଂ 2017ରୁ ଇନ୍ଦ୍ର ତ୍ରିସେବା ଅଭ୍ୟାସର ମଧ୍ୟ ଆୟୋଜନ କରୁଛନ୍ତି । ଇନ୍ଦ୍ର-ନ୍ୟାଭି ଅଭ୍ୟାସର ପରବର୍ତ୍ତୀ ସଂସ୍କରଣ 2018 ଡିସେମ୍ବରରୁ ବିଶାଖାପାଟଣାରେ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର