ନୂଆଦିଲ୍ଲୀ: କୋଚିରେ ଆଜି ଆଇଏନଏସ ଗରୁଡ଼ ନୌସେନା ଘାଟି ରନ୍ୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇVg` ନୌସେନା ଘାଟିର ମେଣ୍ଟେନାନ୍ସ ଟାକ୍ସି ଚେକ୍ ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ନୌସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ନୌସେନା ମୁଖପାତ୍ର ଏକ୍ସରେ ଏକ ବିବୃତି ଜାରି କରି କହିଛନ୍ତି। ଦୁର୍ଘଟଣାର କାରଣ କ'ଣ ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ନୌସେନା ମୁଖପାତ୍ର କହିଛନ୍ତି। ନୌସେନା ମୁଖପାତ୍ର ପୁଣିଥରେ କହିଛନ୍ତି, ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ୍ ଆର୍ ହରି କୁମାର ଏବଂ ସମସ୍ତ ନୌସେନା ସଦସ୍ୟ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
/sambad/media/post_attachments/wp-content/uploads/2023/11/sfhfhsfhsfhfshsfh.jpg)