ନୂଆଦିଲ୍ଲୀ: ଏ ବର୍ଷକୁ ମିଶାଇ ସମୁଦାୟ ୧୬ ଥର ସାଧାରଣତନ୍ତ୍ର ଦିବସ ପରେଡ୍ରେ ବାଦ୍ୟ ବଜାଇ ରେକର୍ଡ କରିବାକୁ ଯାଉଛନ୍ତି ନୌସେନାର ‘ମାଷ୍ଟର୍ ପେଟି ଅଫିସର୍’ (ସଙ୍ଗୀତଜ୍ଞ) ଭିନ୍ସେଣ୍ଟ୍ ଜନ୍ସନ୍।
ଜାନୁଆରି ୨୬ ତାରିଖ ଦିନ ରାଜପଥରେ ପ୍ରାୟ ୧୫୦, ୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ୪୮ ବର୍ଷିୟ ସଙ୍ଗୀତଜ୍ଞ ୮୦ଜଣିଆ ନୌସେନା ଦଳର ପରେଡ୍ ଓ ବାଦ୍ୟ ବାଦନର ନେତୃତ୍ୱ ନେବେ।
ଜନ୍ସନ୍ଙ୍କ ପୂର୍ବର ସଙ୍ଗୀତଜ୍ଞମାନେ ଜନରାଜ୍ୟ ଦିବସରେ ମାତ୍ର ପାଞ୍ଚ ଛଅ ଥର ଅଂଶ ଗ୍ରହଣ କରିଥିଲେ। କିନ୍ତୁ, ଜନ୍ସନ୍ କ୍ରମାଗତ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେଇ ଆସୁଛନ୍ତି। ସିଡ୍ନି ଠାରୁ ଆରମ୍ଭ କରି ମରିସସ୍ ଏବଂ ସେଣ୍ଟ୍ ପିଟର୍ସବର୍ଗରୁ ଏଡିନ୍ବୋରା ଯାଏଁ ସର୍ବତ୍ର ଭାରତୀୟ ନୌସେନା ବାଦ୍ୟର ନେତୃତ୍ୱ ନେଇଛନ୍ତି ଜନ୍ସନ୍।
Image Source: Business Standard୧୯୮୯ ମସିହାରେ ନୌସେନାରେ ଯୋଗ ଦେଇଥିବା ଜନ୍ସନ୍ ବୁଧବାର ଦିନ କହିଛନ୍ତି: ୧୯୯୦ରେ ମୁଁ ପ୍ରଥମେ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶ ଗ୍ରହଣ କରିଥିଲି। ତିନି ଦଶନ୍ଧି ତଳେ ଏହି ପରେଡ୍ର ଅଂଶ ଗ୍ରହଣକାରୀମାନେ ୧୬. ୫ କିଲୋମିଟର୍ ବାଟ ଚାଲୁଥିଲେ। ଏବେ ଆମେ ୧୨ କିଲୋମିଟର ଚାଲୁଛୁ।
ଗତବର୍ଷ ମଧ୍ୟ ସେ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେଇଥିଲେ। ଜାନୁଆରି ୨ ତାରିଖରୁ ଜନ୍ସନ୍ ଏବଂ ତାଙ୍କ ଦଳ ରାତି ୩ଟାରୁ ଉଠି ପରେଡ୍ ପାଇଁ ଅଭ୍ୟାସ ଚଳାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/johnson.jpg)