ଭାରତର ଆବଶ୍ୟକ ୧୨ଟି ମାଇନ୍ସଓ୍ଵିପର ଜାହଜ

କୋଲକାତା: ଭାରତର ବିଶାଳ ସମୁଦ୍ର ତଟର ସୁରକ୍ଷା ସହିତ ସମୁଦ୍ର ପଥରେ ଯାତ୍ରୀ, ମାଲ ପରିବହନ କାର୍ଯ୍ୟକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ନୌସେନା ୧୨ଟି ମାଇନ୍ସଓ୍ଵିପର ସିପ୍‌ ଆବଶ୍ୟକ କରୁଛି। ବର୍ତ୍ତମାନ କେବଳ ଭାରତ ପାଖରେ ମାତ୍ର ୨ଟି ମାଇନଓ୍ଵ୍ଵିପର ସିପ୍‌ ରହିଛି ବୋଲି ଜଣେ ବରିଷ୍ଟ ନୌସେନା ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ମାଇନ୍ସସ୍ୱିପରଗୁଡ଼ିକ ହେଉଛି ଛୋଟ ଯାହାଜ ଯାହା ପାଣି ଭିତରେ ଥିବା ମାଇନ୍ସକୁ ଚିହ୍ନଟ କରି ଏହାକ ନଷ୍ଟ କରି ଦେଇଥାଏ। ରିୟର ଆଡମିରାଲ ରାଜାରାମ ସ୍ୱାମୀନାଥନ କହିଛନ୍ତି ଯେ ଭାରତୀୟ ନୌସେନା ଏହି ମାଇନ୍ସସ୍ୱିପର ସିପ୍‌ ଅତି ଶୀଘ୍ର ଆବଶ୍ୟକ କରୁଛି।ଏହି ସିପ୍‌ ଦ୍ୱାରା ଭାରତର ମାଲ ପରିବହନ ଏପରିକି ଅଣବିଶୋଧିତ ତୈଳ ପରିବହନ ପାଇଁ ଏହା ଖୁବ୍‌ ଜରୁରି। ଶ୍ରୀ ସ୍ୱାମୀନାଥନ କହିଛନ୍ତି ଯେ ସାମରିକ ପବ୍ଲିକ ସେକ୍ଟର ଗୋଆ ସିପ୍‌ୟାଡ ଲିମିଟେଡ ଓ ଏକ ବିଦେଶୀ କମ୍ପାନିର ମିଳିତ ସହଯୋଗରେ ଏହି ମାଇନ୍ସଓ୍ଵିପର ନିର୍ମାଣ କରିବାକୁ ଯୋଜନା କରାଯାଉଛି। ଏହି ୩୨ ହଜାର କୋଟି ଟଙ୍କା ପ୍ରକଳ୍ପକୁ କାର୍ଯ୍ୟକାରୀ କରବା ପାଇଁ ସରକାରୀ ଉଦ୍ୟମ ଜାରି ରହିଛି। ଗତବର୍ଷ ପ୍ରତିରକ୍ଷା ସଂକ୍ରାନ୍ତୀୟ ସଂସଦୀୟ ଗୃହ କମିଟି ଏହି ମାଇନ୍ସଓ୍ଵିପର କିଣିବା ନେଇ ବିଳମ୍ବ ହେଉଥିିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶରେ ବର୍ତ୍ତମାନ ମୁଖ୍ୟତ ୧୨ଟି ପ୍ରମୁଖ ବନ୍ଦର ସହିତ ବହୁ ଛୋଟ ଓ ମଧ୍ୟ୍ୟମ ଧରଣର ବନ୍ଦର ଥିବାରୁ ଏହି ମାଇନ୍ସଓ୍ଵିପରର ଆବଶ୍ୟକତା ବେଶ୍‌ ବଢ଼ିଯାଇଛି।

ସମ୍ବନ୍ଧିତ ଖବର