ପ୍ୟାଟେଣ୍ଟ ହେଲା ନୌସେନା ଦ୍ବାରା ଉଦ୍ଭାବିତ ପିପିଇ , ବହୁଳ ଉତ୍ପାଦନ ପାଇଁ ପଥ ଖୋଲିଲା

ନୂଆଦିଲ୍ଲୀ : ଭାରତୀୟ ନୌସେନା ବିକଶିତ କରିଥିବା ମେଡିକାଲ ବ୍ୟକ୍ତିଗତ ସୁରକ୍ଷା ବା ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ବିପମେଣ୍ଟ (ପିପିଇ) ସଫଳତାର ସହ ପ୍ୟାଟେଣ୍ଟ ହାସଲ କରିଛି । ଏହା ପରେ ଏହି ପିପିଇର ବହୁଳ ଉତ୍ପାଦନର ପଥ ଉନ୍ମୁକ୍ତ ହୋଇଛି ।
ଏହି ସୁଲଭ ପିପିଇ ନିକଟରେ ମୁମ୍ବାଇର ନାଭାଲ ଫାର୍ମାସ୍ୟୁଟିକାଲ ଇନଷ୍ଟିଚ୍ୟୁଟ ରେ ସ୍ଥାପିତ ନବସୃଜନ ସେଲରେ ଅବସ୍ଥିତ ଭାରତୀୟ ନୌସେନାର ଜଣେ ଡାକ୍ତରଙ୍କ ଦ୍ଵାରା ବିକଶିତ ହୋଇଛି । ପିପିଇର ଏକ ପାଇଲଟ୍ ବ୍ୟାଚ୍ ମୁମ୍ବାଇର ନାଭାଲ୍ ଡକ୍ୱାର୍ଡରେ ପ୍ରଦର୍ଶୀତ ହୋଇସାରିଛି ।
ନୌସେନା ଦ୍ୱାରା ବିକଶିତ, ଏହି ପିପିଇ ଏକ ସ୍ୱତନ୍ତ୍ର କପଡ଼ାରୁ ତିଆରି ହୋଇଛି ଯାହା ବଜାରରେ ଉପଲବ୍ଧ ଅନ୍ୟ ପିପିଇ ତୁଳନାରେ ଆରାମରେ ଶ୍ଵାସକ୍ରିୟାରେ ସହାୟକ ହୋଇଥାଏ ଏବଂ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରିଥାଏ ଓ ଏହା ଭାରତରେ ପ୍ରଚଳିତ ଗରମ ଏବଂ ଆର୍ଦ୍ର ପାଣିପାଗରେ ବ୍ୟବହାର ପାଇଁ ଅତି ଉପଯୁକ୍ତ ଅଟେ । ଏହାର ଟେକ୍ନୋଲୋଜି ମଧ୍ୟ ପରୀକ୍ଷା କରାଯାଇଛି ଏବଂ ଆଇସିଏମଆଇର ଅନୁମୋଦିତ ପରୀକ୍ଷା ଲାବୋରେଟୋରୀ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି ।

ନୌସେନା, ଆଇପିଏଫସି ଏବଂ ଏନଆରଡିସିର ଏକ କୋର ଟିମ୍ ଦ୍ୱାରା ବର୍ତ୍ତମାନ ବହୁ ସଂଖ୍ୟାରେ ଏହି ପିପିଇ ଉତ୍ପାଦନ ଆରମ୍ଭ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି । ଏହି ପିପିଇ ର ଲାଇସେନ୍ସପ୍ରାପ୍ତ ଉତ୍ପାଦନ ଆରମ୍ଭ କରିବାକୁ ଏନଡିଆରସି ଦକ୍ଷ କମ୍ପାନୀଗୁଡିକ ଚିହ୍ନଟ କରିବା ଆରମ୍ଭ କରିଛି । କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମରେ, ଏହାର ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଏହିପରି ଆରାମଦାୟକ ପିପିଇ ଯୋଗାଇବା ଏକ ଜରୁରି ଆବଶ୍ୟକତା ଯାହା ବହୁ ପୁଞ୍ଜି ବିନିଯୋଗ ନକରି ସୁଲଭ ମୂଲ୍ୟରେ ସ୍ୱଦେଶୀ ଭାବରେ ଉତ୍ପାଦିତ ହୋଇପାରିବ ।

ସମ୍ବନ୍ଧିତ ଖବର