ନୂଆଦିଲ୍ଲୀ: ହାଉତୀ ବିଦ୍ରୋହୀମାନଙ୍କଦ୍ବାରା ନିକ୍ଷେପ କରାଯାଇଥିବା ‌ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ଏଡେନ୍‌ ଉପସାଗରରେ ଯେଉଁ ପଣ୍ୟବାହୀ ଜାହାଜରେ ନିଆଁ ଲାଗିଯାଇଥିଲା ସେଥିରୁ ୨୨ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାବିକଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛି।

Advertisment

ଶୁକ୍ରବାର ରାତିରେ ୟେମେନ୍‌ରୁ ହାଉତୀ ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ନିକ୍ଷେପ କରି ସେ ତୈଳବାହୀ ଜାହାଜରେ ନିଆଁ ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ, ଶନିବାର ଦିନ ନିଆଁ ଲିଭା ଉପକରଣ ସହିତ ‘ଏନ୍‌ବିସିଡି’ ଟିମ୍‌ (ନ୍ୟୁକ୍ଲିୟର୍‌, ବାୟୋଲୋଜିକାଲ୍‌ ଆଣ୍ଡ୍‌ କେମିକାଲ୍‌ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌) ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌ ଆଇଏନ୍‌ଏସ୍‌ ବିଶାଖାପଟନ୍‌’ରେ ଯାଇ ମାର୍ସାଲ୍‌ ଦ୍ବୀପରେ ପଞ୍ଜିକୃତ ହୋଇଥିବା ‘ମାର୍ଲିନ୍‌ ଲୁଆଣ୍ଡା’ ଉକ୍ତ ଜଳନ୍ତା ଜାହାଜକୁ ଯାଇ ନିଆଁ ଲିଭାଇବା ସହିତ ୨୨ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କରିଛନ୍ତି।

publive-image Image Courtesy of Times of India

ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି, ନିଆଁ ଲାଗିଯାଇଥିବା ଉକ୍ତ ବାଣିଜ୍ୟ ପ‌ୋତର ଅନୁରୋଧ ରକ୍ଷାକରି ଏଡେନ୍‌ ଉପସାଗରରେ ମୁତୟନ କରାଯାଇଥିବା ‘ଆଇଏନ୍‌ଏସ୍‌ ବିଶାଖାପଟନ୍‌’ ତାକୁ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ସମୁଦ୍ରରେ ବାଣିଜ୍ୟପୋତ ଓ ନାବିକମାନଙ୍କର ସୁରକ୍ଷା ନିମନ୍ତେ ଭାରତୀୟ ନୌସେନା ପ୍ରତିଶ୍ରୁତିବଦ୍ଧ ଓ ସ‌େ କ୍ଷେତ୍ରରେ ଅଟଳ ରହିଛି।

‘ୟୁଏସ୍‌ ସେଣ୍ଟ୍ରାଲ୍‌ କମାଣ୍ଡ୍‌’ କହିଛି, ଶୁକ୍ରବାର ରାତି ୭.୪୫ରେ ହାଉତୀ ଅଧିକୃତ ୟେମେନ୍‌ ଅଞ୍ଚଳରୁ ଇରାନ୍‌ ସମର୍ଥିତ ହାଉତୀ ଆତଙ୍କବଦୀମାନେ ‘ଏମ୍‌ଭି ମାର୍ଲିନ୍‌ ଲୁଆଣ୍ଡା’ ଉପରକୁ ଗୋଟାଏ ‘ଆଣ୍ଟି-ସିପ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ନିକ୍ଷେପ କରିଥିଲେ।