ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପିର ବରିଷ୍ଠ ନେତା ନଓ୍ଵାବ ମଲ୍ଲିକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଦୀର୍ଘ ଛଅ ଘଣ୍ଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ କରିଛି।

ଇଡି ସୂତ୍ରରୁ ପ୍ରକାଶ ଯେ, ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ସହ ଜଡିତ ଏକ ଜମି ଚୁକ୍ତିକୁ ନେଇ ତଦନ୍ତକାରୀ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଲ୍ଲିକଙ୍କ ସଂପୃକ୍ତିକୁ ନେଇ ଅନୁସନ୍ଧାନ କରୁଛି। ଆଜି ସକାଳେ ଇଡି ସମନ ଜାରି କରି ୬୨ ବର୍ଷ ବୟସ୍କ ମନ୍ତ୍ରୀ ମଲ୍ଲିକଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇ ଆଣିଥିଲା। ସେଠାରେ ଇଡିର ତଦନ୍ତକାରୀ ଅଧିକାରୀମାନେ ମନ୍ତ୍ରୀ ମଲ୍ଲିକଙ୍କୁ ଦୀର୍ଘ ୬ ଘଣ୍ଟା କାଳଧରି ଗଳଦ୍‌ଘର୍ମ ଜେରା କରିବା ପରେ ଅପରାହ୍ଣରେ ତାଙ୍କୁ ଗିରଫ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଇଡି ଏହି ମନି ଲଣ୍ଡରିଂ ମାମଲାରେ ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ମୁମ୍ବାଇ ବାସଭବନରେ ଚଢାଉ କରିଥିଲା। ଇଡି ନାଗପଡ଼ାର ହସିନା ପାର୍କର ସହ ସଂପର୍କିିତ ଅନ୍ୟ ୧୦ ଟି ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ଛାନ୍‌ଭିନ୍‌ କରିଥିଲା।

ସମ୍ବନ୍ଧିତ ଖବର