ମୁମ୍ବାଇ: ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ନବାବ ମଲିକଙ୍କୁ ଆଜି କୋର୍ଟ୍ରେ ବଡ଼ ଝଟ୍କା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ନବାବଙ୍କ ଜାମିନ ଆବେଦନକୁ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି। ପିଏମ୍ଏଲ୍ଏ ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ମୋଷ୍ଟ୍ ୱାଣ୍ଟେଡ଼ ଅପରାଧୀ ଦାଉଦ ଇବ୍ରାହିମ ଏବଂ ତା’ର ଭଉଣୀ ହସିନା ପାରକର ସହିତ ନବାବଙ୍କ କାରବାର ସଂପର୍କରେ ଇଡି କେତେକ ବଳିଷ୍ଠ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛି।
ନବାବ ମଲିକଙ୍କ ଜାମିନ ଆବେଦନ ଖାରଜ
/sambad/media/post_attachments/wp-content/uploads/2022/12/54654sf65465sfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)