ନୂଆଦିଲ୍ଲୀ : ପାନାମା ପେପର୍ସ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ପାକିସ୍ତାନ ସୁପ୍ରିମ୍ କୋର୍ଟ ଅଯୋଗ୍ୟ ଘୋଷଣା କରିବା ସତ୍ତ୍ୱେ ସେ ପିଏମଏଲ (ଏନ) ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ମୁଖ୍ୟ ପଦବି ପାଇଁ ଅନ୍ୟ କୌଣସି ସଦସ୍ୟ ନାମାଙ୍କନପତ୍ର ଦାଖଲ କରିନଥିଲେ। ଗତକାଲି ଦେଶର ଜାତୀୟ ପରିଷଦରେ ଏକ ସଂଶୋଧିତ ବିଲ୍ ପାସ୍ ହେବାପରେ ସରିଫ ତାଙ୍କ ଦଳର ସବୁଠାରୁ ବଡ଼ ପଦବୀ ଫେରି ପାଇଛନ୍ତି। ସଂସଦରେ ପିଏମଏଲଏନର ସଂଖ୍ୟାଗରିଷ୍ଠତା ଥିବା ହେତୁ ସଂଶୋଧିତ ବିଲ୍ଟି ପାସ୍ ହୋଇ ପାରିଥିଲା। ବିରୋଧୀ ନେତା ଇମ୍ରାନ ଖାନ୍ ଏହି ‘ନିର୍ବାଚନ ସଂସ୍କାର ବିଲ୍’ ୨୦୧୭ ଗୃହୀତ ହେବା ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ବୋଲି କହିଛନ୍ତି।
ପିଏମଏଲଏନ ସଭାପତି ନିର୍ବାଚିତ ହେଲେ ନଓ୍ଵାଜ ସରିଫ
/sambad/media/post_attachments/wp-content/uploads/2017/10/Nawaz-sarif.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)