ମୁମ୍ବାଇ: ଡ୍ରଗ୍ ମାମଲାରେ ଆର୍ୟନ ଖାନ୍ ଗିରଫ ହେବା ଦିନଠାରୁ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଏନ୍ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ଉପରେ ଖପା। ପ୍ରତିଦିନ ତାଙ୍କ ବିଷୟରେ ନୂଆ ନୂଆ ଗୋପନ କଥା ଓଗାଳୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ବି ବାଦ ଦେଇ ନାହାନ୍ତି। ‘ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲ ଲଳିତରେ ଅନେକ ଗୁମର ଲୁଚି ରହିଛି। ଦୀପାବଳି ପରେ ତାହା ଓଗାଳିବି’ ବୋଲି ଟ୍ବିଟ୍ କରି ସେ ଫଡ଼ନାବିସଙ୍କୁ ଚିଡ଼ାଇ ଦେଇଛନ୍ତି। ସମ୍ଭବତଃ ସେ ୱାଙ୍ଖଡ଼େ ଓ ଫଡ଼ନାବିସଙ୍କ ସମ୍ବନ୍ଧରେ ହୋଟେଲରେ ଘଟିଥିବା କିଛି ଗୁପ୍ତ କଥା ଜାଣିଛନ୍ତି, ଯାହା ଦୀପାବଳି ପରେ ପ୍ରକାଶ କରିବେ ବୋଲି ଧମକ ଦେଇଛନ୍ତି। ମହାରାଷ୍ଟ୍ରରେ ବରଂ ଦୀପାବଳିରେ ବାଣ ବନ୍ଦ ହୋଇପାରେ କିନ୍ତୁ ଏ ଯେଉଁ ରାଜନୈତିକ ବାଣ ଫୁଟୁଛି, ତାହା ବନ୍ଦ ହେବାର ନାଁ ଧରୁନି। ଯାହା ଜଣାପଡ଼ୁଛି ଏ ବାଣଫୁଟା ଦୀପାବଳି ପରେ ବି ଚାଲିବ। ନୱାବ ମଲିକ ବାଣ ଫୁଟାଇବାକୁ ଧମକ ଦେଇଥିବା ବେଳେ ଫଡ଼ନାବିସ ବି ପଛରେ ନାହାନ୍ତି। ମଲିକ ନିଶା ବେପାରୀଙ୍କ ସହ ଫଡ଼ନାବିସଙ୍କ ସ୍ତ୍ରୀଙ୍କ ଫଟୋ ଛାଡ଼ିବା ପରେ ସେ କହିଥିଲେ ମଲିକଙ୍କର କୁଆଡ଼େ ଅଣ୍ଡରୱାର୍ଲଡ ସହ ସମ୍ପର୍କ ଅଛି। ସେ ତାଙ୍କର ମୁଖା ଖୋଲିଦେବେ ବୋଲି ଧମକ ଦେଇଥିଲେ। ଏହାର ପ୍ରତିକ୍ରିୟାରେ ମଲିକ ହୋଟେଲ ଗୁମର ଖୋଲିବାକୁ କହିଛନ୍ତି।
ହୋଟେଲ ଗୁମର ଖୋଲିଦେବି: ନୱାବ
/sambad/media/post_attachments/wp-content/uploads/2019/11/nawab-malik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)